fbpx

ପ୍ରେମରେ ଠକି ରହସ୍ୟ ଜନକ ହତ୍ୟା ମାମଲାରେ ଫସିଲେ ଅର୍ଜୁନ, ମହିଳା ହତ୍ୟାକାରୀଙ୍କ ସହ ସମ୍ପର୍କକୁ ପ୍ରଶ୍ନ ?

Advertisement

ମୁମ୍ୱାଇ: (ଓଡ଼ିଶା ଭାସ୍କର) ଅର୍ଜୁନ କପୁର ଏବଂ ଭୂମି ପେଡନେକରଙ୍କ ନୂଆ ଫିଲ୍ମ ଦ ଲେଡି କିଲରର ଟ୍ରେଲର ସୋସିଆଲ ମିଡିଆରେ ରିଲିଜ ହୋଇଛି । ‘ଦ ଲେଡି କିଲର’ର ଟ୍ରେଲରରେ ରକ୍ତପାତ, ଗାଳିଗୁଲଜ ସହ ଅନ୍ତରଙ୍ଗ ଦୃଶ୍ୟ ଦେଖିବାକୁ ମିଳିଛି। ଫିଲ୍ମର ଟ୍ରେଲରରେ ଅର୍ଜୁନ କପୁର ଜଣେ ପ୍ଲେବୟ ଭୂମିକାରେ ନଜର ଆସିଛନ୍ତି, କିନ୍ତୁ ପରେ ସେ ଏମିତି ଜଣେ ଝିଅକୁ ଭଲ ପାଆନ୍ତି ଯାହାଙ୍କ ଜୀବନ ରହସ୍ୟରେ ଭରି ରହିଛି ।

ଅର୍ଜୁନ କପୁର ଏବଂ ଭୂମି ପେଡନେକର ଫିଲ୍ମସ୍ ର ଫିଲ୍ମ ‘ଦ ଲେଡି କିଲର’ର ନିର୍ଦ୍ଦେଶନା ଦେଇଛନ୍ତି ଅଜୟ ବହଲ । ଏହି ଫିଲ୍ମର କାହାଣୀ ହେଉଛି ଜଣେ ପ୍ଲେବୟଙ୍କ, ଯିଏ କି ଜଣେ ଝିଅକୁ ଭଲ ପାଏ । କିନ୍ତୁ ସେହି ଝିଅ ଟି ଏତେ ସହଜ ନୁହେଁ, କିନ୍ତୁ ତା’ର ଜୀବନ ରହସ୍ୟରେ ଭରି ରହିଛି । ଝିଅଟି ଉତ୍ତରାଖଣ୍ଡରେ ପ୍ଲେବୟଙ୍କୁ ଭେଟିଥାଏ, ଯେଉଁଠାରେ ଦୁହେଁ ନିକଟତର ହୁଅନ୍ତି । ଏହାପରେ ପ୍ଲେବୟ ଭୂମିକାରେ ଅଭିନୟ କରୁଥିବା ଅର୍ଜୁନ କପୁର ଜାଣିବାକୁ ପାଇଲେ ଯେ ରହସ୍ୟମୟ ଝିଅ ଅର୍ଥାତ ଭୂମି ପେଡନେକରଙ୍କର ଜଣେ ରାଜପୁରୁଷଙ୍କ ସହ ପ୍ରେମ ସମ୍ପର୍କ ରହିଛି।

ପ୍ରେମ ସଂପର୍କ ମଝିରେ ଏକ ହତ୍ୟାକାଣ୍ଡ ଘଟିଥାଏ। ଏବେ କିଏ ଏହି ହତ୍ୟାକାଣ୍ଡ କରିଛି ତାହା ଏକ ରହସ୍ୟ। ‘ଦ ଲେଡି କିଲର’ର ଟ୍ରେଲର ସୋସିଆଲ ମିଡିଆରେ ରିଲିଜ ହେବା ମାତ୍ରେ ଫିଲ୍ମ ପ୍ରଶଂସକଙ୍କ ମଧ୍ୟରେ ଭାଇରାଲ ହେବାରେ ଲାଗିଛି । ଫିଲ୍ମ ପ୍ରଶଂସକଙ୍କ ମତରେ ଲେଡି କିଲରଙ୍କ କାହାଣୀ ଅର୍ଜୁନ କପୁର ଫିଲ୍ମସର କ୍ୟାରିୟର ଗଢ଼ିବାରେ ସହାୟକ ହୋଇପାରିବ । ସୂଚନାଯୋଗ୍ୟ, ଅର୍ଜୁନ କପୁରଙ୍କ କ୍ରମାଗତ ଫିଲ୍ମ କିଛି ଦିନ ହେବ ବକ୍ସ ଅଫିସରେ ଧମାଲ କରୁଛି ।

 

 

Get real time updates directly on you device, subscribe now.