fbpx

(Video):ୱାୟନାଡ ଭୂସ୍ଖଳନ ଘଟଣା: ପୀଡ଼ିତଙ୍କୁ ଭେଟିଲେ ରାହୁଲ ଗାନ୍ଧୀ, ଭାବୁକ ହୋଇ କହିଲେ ଏପରି କଥା

ନୂଆଦିଲ୍ଲୀ: ଲୋକସଭା ବିପକ୍ଷ ନେତା ତଥା କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଏବଂ ତାଙ୍କ ଭଉଣୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଗୁରୁବାର ୱାୟନାଡ ଭୂସ୍ଖଳନ ପୀଡ଼ତଙ୍କୁ ଭେଟିଥିଲେ । ପୀଡ଼ିତଙ୍କ ଭେଟିବା ସମୟରେ ରାହୁଲ ଗାନ୍ଧୀ ଭାବୁକ ହୋଇଯାଇଥିଲେ । ସେ କହିଥିଲେ ୱାୟନାଡ ଭୂସ୍ଖଳନରେ ହୋଇଥିବା ବିନାଶକୁ ଦେଖିବା ପୀଡ଼ାଦାୟକ । ୧୯୯୧ ମସିହାରେ ତାଙ୍କ ପିତା ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ମୃତ୍ୟୁ ସମୟରେ ସେ ଏପରି ଅନୁଭବ କରିଥିବା କହିଥିଲେ ।

ସୂଚନାରୁ ପ୍ରକାଶ ଗୁରୁବାର କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି କହିଥିଲେ, ‘ଏହା ୱାୟନାଡ, କେରଳ ଏବଂ ରାଷ୍ଟ୍ର ପାଇଁ ଏକ ଭୟାବହ ବିନାଶ । ଆମେ ଏହି ସ୍ଥିତି ଦେଖିବା ପାଇଁ ଆସିଛୁ । ଏହା ଦେଖିବା ଅତ୍ୟନ୍ତ ଦୁଃଖଦାୟକ କି ଅନେକ ଲୋକମାନେ ସେମାନଙ୍କ ପରିବାର ସଦସ୍ୟ ଏବଂ ଘର ହରାଇଛନ୍ତି । ଆମେ ଭୂସ୍ଖଳନରେ ପ୍ରଭାବିତ ପୀଡ଼ିତଙ୍କୁ ସାହାଯ୍ୟ କରିବା ପାଇଁ ଚେଷ୍ଟା କରିବୁ ଏବଂ ସେମାନଙ୍କ ଅଧିକାର ମିଳିବା ସୁନିଶ୍ଚିତ କରିବୁ । ଅନେକ ଲୋକ ସ୍ଥାନାନ୍ତରିତ ହେବାକୁ ଚାହୁଁଛନ୍ତି । ଏବେ ବି ବହୁତ କିଛି କରିବା ବାକି ଅଛି । ମୁଁ ଡାକ୍ତର, ନର୍ସ, ପ୍ରଶାସନ ଏବଂ ସ୍ୱୟଂସେବକଙ୍କ ସହିତ ସମସ୍ତଙ୍କୁ ଧନ୍ୟବାଦ ଦେବାକୁ ଚାହୁଁଛି ।’

Get real time updates directly on you device, subscribe now.