fbpx
BJD SKY
BJD SKY

ରିଲିଜ ହୋଇଛି ‘ଶେରନି’ ଟ୍ରେଲର, ଫିଲ୍ମରେ ରହିଛି ବିଦ୍ୟା ବାଲାନଙ୍କ ଦମଦାର ଅଭିନୟ

BJD

ନୂଆଦିଲ୍ଲୀ: ନିକଟରେ ରିଲିଜ ହୋଇଛି ଅଭିନେତ୍ରୀ ବିଦ୍ୟା ବାଲାନଙ୍କ ଅଭିନୀତ ଫିଲ୍ମ ‘ଶେରନି’ର ଟ୍ରେଲର । ଆଉ ଟ୍ରେଲରକୁ ନେଇ ଖୁବ ଚର୍ଚ୍ଚା ମଧ୍ୟ ହେଉଛି ।
୧୮ ଜୁନରେ ଆମଜନ ପ୍ରାଇମରେ ରିଲିଜ ହେବାକୁ ଯାଉଛି ଏହି ଫିଲ୍ମ । ଏହି ଫିଲ୍ମରେ ବିଦ୍ୟା ବାଲନଙ୍କ ସହ, ଶରତ ସକ୍ସେନା, ମୁକୁଲା ଚଡ୍ଡା, ବିଜୟ ରାଜ, ଇଲା ଅରୁଣ, ବୃଜେନ୍ଦ୍ର କଲା ଏବଂ ନୀରଜ କାବି ମଧ୍ୟ ମୁଖ୍ୟ ଭୂମିକାରେ ନଜର ଆସିବେ । ଏହି ଫିଲ୍ମରେ ବିଦ୍ୟା ବାଲନ ଜଙ୍ଗଲରେ ଏକ ମଣିଷଖିଆ ବାଘକୁ ଖୋଜୁଥିବାର ନଜର ଆସିଛନ୍ତି ।

‘ଶେରନି’ରେ ବିଦ୍ୟା ବାଲନ ଜଣେ ଫରେଷ୍ଟ ଅଫିସରର ଚରିତ୍ରରେ ଅଭିନୟ କରୁଛନ୍ତି । ସେ ଏକ ଗାଁର ଲୋକଙ୍କୁ ମଣିଷଖିଆ ବାଘଠାରୁ ବଞ୍ଚାଇବାକୁ ପ୍ରାୟସ କରୁଛନ୍ତି । ଆଉ ଏହି ସମୟରେ ସେ ସମାଜର କିଛି ଏମିତି ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସୁଛନ୍ତି ଯେଉଁମାନେ ତାଙ୍କୁ ନୀଚା ଦେଖାଇବାକୁ ଚାହୁଁଛନ୍ତି । ବିଦ୍ୟା ବାଲନଙ୍କୁ ଅନକେ ପୁରୁଷଙ୍କ ସହ ମିଶି କାମ କରିବାକୁ ପଡିଛି, ଆଉ ଏହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି କିଛି ଲୋକ । ଟ୍ରେଲରରେ ବିଦ୍ୟା ଏଭଳି ଲୋକଙ୍କୁ ଜବାବ ଦେବାର ମଧ୍ୟ ଦେଖାଯାଉଛି ।

ତେବେ ଏହି ଫିଲ୍ମର ଟ୍ରେଲର ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହା ଫ୍ୟାନ୍ସଙ୍କୁ ମଧ୍ୟ ଖୁବ୍ ପସନ୍ଦ ଆସିଛି । ଏପରିକି ଅନେକ ଫ୍ୟାନ ଏହି ଫିଲ୍ମକୁ ଅସ୍କର ମିଳିବା ପାଇଁ ଆଶା କରିଛନ୍ତି ।

Get real time updates directly on you device, subscribe now.