fbpx

ଘାଣ୍ଟୁଛି କ୍ରାଇମବ୍ରାଞ୍ଚ: ଆଦିତ୍ୟଙ୍କ ମୃତ୍ୟୁ ମାମଲାରେ ବିଦ୍ୟାଶ୍ରୀଙ୍କୁ ଜେରା, ଖୋଲିବ ଗୁମର

ଭୁବନେଶ୍ୱର,୩୧ ।୭(ଓଡିଶା ଭାସ୍କର): ସମାଜସେବୀ ଆଦିତ୍ୟ ସୁନ୍ଦର ଦାଶଙ୍କ ମୃତ୍ୟୁ ମାମଲା ଅନେକ ଦିନ ବିତି ଯାଇଥିଲେ ବି ତାହା ହତ୍ୟା ନା ଆତ୍ମହତ୍ୟା ବୋଲି ସ୍ପଷ୍ଟ ହୋଇପାରୁନାହିଁ । ଅନ୍ୟପଟେ ଏହି ମାମଲାର କ୍ରାଇମବ୍ରାଞ୍ଚ ତଦନ୍ତ ଆରମ୍ଭ ହୋଇସାରିଛି । ପିପୁଲ ଫର ସେବାର ୩ ସଦସ୍ୟଙ୍କୁ ପଚରାଉଚରା ପରେ ଆଦିତ୍ୟଙ୍କ ଘରେ ପହଞ୍ଚିଛି ୩ ଜଣିଆ କ୍ରାଇମବ୍ରାଞ୍ଚ ଟିମ୍ । ଡିଜିପିଙ୍କ ନିର୍ଦ୍ଦେ ପରେ କ୍ରାଇମବ୍ରାଞ୍ଚ ମାମାଲାର ତଦନ୍ତ ଜୋରସୋରରେ ଆରମ୍ଭ କରିଛି ।

ବିଦ୍ୟାଶ୍ରୀ ଓ ଆଦିତ୍ୟଙ୍କ ବାପା-ମାଙ୍କୁ କ୍ରାଇମବ୍ରାଞ୍ଚ ଏବେ ଜେରା କରୁଛି । ଆଦିତ୍ୟଙ୍କ ମୃତ୍ୟୁ ମାମଲାରେ ଆଜି ଅନେକ ଗୁମର ଖୋଲିପାରେ ବୋଲି ଆଶଙ୍କା ରହିଛି ।

ଉଲ୍ଲେଖଯୋଗ୍ୟ ଯେ ସମାଜସେବୀ ଆଦିତ୍ୟ ସୁନ୍ଦରଙ୍କ ମୃତଦେହ ଗତ ୭ତାରିଖ ଦିନ ଭୁବନେଶ୍ୱରର ଲିଙ୍ଗରାଜ ଟେମ୍ପୁଲ ରୋଡ଼ ଷ୍ଟେସନରୁ ମିଳିଥିଲା । ଏଥିସହିତ ମୃତ୍ୟୁର କିଛି ଦିନ ପୂର୍ବରୁ ସେ ଡ଼ିପ୍ରେସନରେ ରହୁଥିବା ଜଣାପଡ଼ିଥିଲା । ସେ ପିପୁଲ ଫର ସେବା ନାମକ ଏକ ସ୍ୱେଚ୍ଛାସେବୀ ସଂଗଠନର ସଂସ୍ଥାପକ ମଧ୍ୟ ଥିଲେ ।

Get real time updates directly on you device, subscribe now.