୫୭ ଲକ୍ଷ ସରକାରୀ ଅର୍ଥ ହଡ଼ପ, କଣ୍ଟ୍ରାକ୍ଟରଙ୍କୁ ବାନ୍ଧିଲା ଭିଜିଲାନ୍ସ
ଲକ୍ଷ୍ମୀଧର ରାଉତରାୟଙ୍କୁ ଗିରଫ କରିଛି ଭିଜିଲାନ୍ସ। ୫୭ ଲକ୍ଷ ୯୩ ହଜାର ୯୫୭ ଟଙ୍କା ହଡ଼ପ ହୋଇଥିବା ଅଭିଯୋଗ ହୋଇଛି।
ଭୁବନେଶ୍ୱର: ସରକାରୀ ଅର୍ଥ ହଡ଼ପ ଅଭିଯୋଗରେ କଣ୍ଟ୍ରକ୍ଟରଙ୍କୁ ବାନ୍ଧିଲା ଭିଜିଲାନ୍ସ। ଲକ୍ଷ୍ମୀଧର ରାଉତରାୟଙ୍କୁ ଗିରଫ କରିଛି ଭିଜିଲାନ୍ସ। ୫୭ ଲକ୍ଷ ୯୩ ହଜାର ୯୫୭ ଟଙ୍କା ହଡ଼ପ ହୋଇଥିବା ଅଭିଯୋଗ ହୋଇଛି।
କୃଷି ଅଧିକାରୀଙ୍କ ସହ ସଲାସୁତାର ହୋଇ ଟଙ୍କା ହଡ଼ପ କରି୍ଥିବା ଅଭିଯୋଗ ହୋଇଛି।
ନୂଆପଡ଼ା ଜିଲ୍ଲା ଖଡ଼ିଆଳରେ ବିନା କାମରେ ଅର୍ଥ ହଡ଼ପ ହୋଇଥିବା ଅଭିଯୋଗ ହୋଇଥିଲା। ମୃତ୍ତିକା ସଂରକ୍ଷଣ ଅଧିକାରୀଙ୍କ ସହ ମିଶି ଅର୍ଥ ହଡ଼ପ କରିଥିବା ସୂଚନା ରହିଛି।
୫୭ ଲକ୍ଷର ସରକାରୀ ଅର୍ଥ ହଡ଼ପ ମାମଲାରେ ଠିକାଦାରଙ୍କୁ ଗିରଫ କରାଯାଇଛି।