fbpx

ମୁଖ୍ୟଯନ୍ତ୍ରୀ ତାରାପ୍ରସାଦ ମିଶ୍ରଙ୍କୁ ଗିରଫ କରିଛି ଭିଜିଲାନ୍ସ, କେଜି କେଜି ସୁନା ସହ ବିଦେଶୀ ମୁଦ୍ରା ଜବତ

ଭୁବନେଶ୍ୱର: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ R&B ବିଭାଗର ମୁଖ୍ୟଯନ୍ତ୍ରୀ ତାରାପ୍ରସାଦ ମିଶ୍ରଙ୍କୁ ଗିରଫ କରିଛି ଭିଜିଲାନ୍ସ ଟିମ୍ । ମୁଖ୍ୟଯନ୍ତ୍ରୀ ତାରା ପ୍ରସାଦଙ୍କ ବାସଭବନ ସମେତ ୯ଟି ସ୍ଥାନରେ ସୋମବାର ଭିଜିଲାନ୍ସ ରୋଡ୍ କରିଥିଲା । ଭୁବନେଶ୍ୱର, କଟକ, ଝାରସୁଗୁଡ଼ାରେ ଚଢ଼ାଉ କରାଯାଇଥିଲା । ଏହି ଚଢ଼ାଉରେ ୧୨ ଜଣ ଡିଏସପି ଓ ୧୨ ଜଣ ଇନ୍ସପେକ୍ଟର, ୧୬ ଜଣ ଏଏସଆଇ ଓ ଅନ୍ୟାନ୍ୟା ସହାୟକ କର୍ମଚାରୀ ସାମିଲ ଥିଲେ । ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ଯନ୍ତ୍ରୀଙ୍କ ନାଁରେ ୧୦ଟି ଫ୍ଲାଟ୍‌, ୭ଟି ପ୍ଲଟ୍‌, ଅଢ଼େଇ କେଜି ସୁନା, ୩୭୦ ଗ୍ରାମ ହୀରା, ନଗଦ ଟଙ୍କା, ୨.୭୦ କୋଟି ଟଙ୍କାର ବ୍ୟାଙ୍କ ଜମା ସହ ଅନ୍ୟାନ୍ୟ ଜିନିଷ ଠାବ କରାଯାଇଥିଲା ।

ପୂର୍ବତନ ମୁଖ୍ୟ ଯନ୍ତ୍ରୀଙ୍କ ନାଁରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ ହେବାପରେ ଭିଜିଲାନ୍ସ ଟିମ୍ ଚଢ଼ାଉ କରିଥିଲା । ରାଜଧାନୀ ଭୁବନେଶ୍ବରର ନୟାପଲ୍ଲୀ ଏବଂ ଖଣ୍ଡଗିରିରେ ମୋଟ୍ ୪ଟି ସ୍ଥାନରେ, ଝାରସୁଗୁଡା ଆସିଆନା ଆପାର୍ଟମେଣ୍ଟର ୩ଟି ଫ୍ଲାଟ ଏବଂ କଟକ ଆଠଗଡ ସ୍ଥିତ ପୈତୃକ ଘର ଏବଂ ତିଗିରିଆରେ ସଂପର୍କୀୟଙ୍କ ଘରେ ରେଡ୍ କରାଯାଇଥିଲା ।

 

Get real time updates directly on you device, subscribe now.