fbpx

କୋଟିପତି ଯୋଗାଣ ଅଧିକାରୀଙ୍କୁ ଭିଜିଲାନ୍ସ କଲା ଗିରଫ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କୋଟିପତି ଜିଲ୍ଲା ଯୋଗାଣ ଅଧିକାରୀ ରତ୍ନାକର ସେଠୀ ଗିରଫ ହୋଇଛନ୍ତି । ଆଜି ଭିଜିଲାନ୍ସ ରତ୍ନାକରଣ ସେଠୀଙ୍କୁ ଗିରଫ କରିଛି । ସୂଚନାଯୋଗ୍ୟ, ଫେବୃଆରୀ ୨ ତାରିଖରେ ନୂଆପଡ଼ା ଅତିରିକ୍ତ ସହକାରୀ ଯୋଗାଣ ଅଧିକାରୀଙ୍କ ଘରେ ଭିଜିଲାନ୍ସ ରେଡ୍ ହୋଇଥିଲା । ରତ୍ନାକର ସେଠୀଙ୍କ ଘରେ ରେଡ୍‌ ହୋଇଥିବା ଜଣାପଡ଼ିଥିଲା । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରେଡ୍ କରିଥିଲା ଭିଜିଲାନ୍ସ । ନୂଆପଡ଼ା ଓ କଟକ ସମେତ ୬ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରାଯାଇଥିଲା । ଚଢ଼ାଉରେ ଦୁଇଟି ଅଟ୍ଟାଳିକା, କଲ୍ୟାଣ ମଣ୍ଡପ ଓ ବହୁ ଅଳଙ୍କାର ଠାବ କରାଯାଇଥିଲା । ଖାଲି ସେତିକି ନୁହେଁ ଚାଉଳିଆଗଞ୍ଜରେ ୩ ମହଲା ଓ ବାଲିସାହିରେ ୨ ମହଲା କୋଠା, କଟକ ମଧୁପାଟଣାରେ ଗୋଟିଏ କଲ୍ୟାଣ ମଣ୍ଡପ, ୧ କୋଟି ୧୩ ଲକ୍ଷ ଟଙ୍କାର ବୀମା କାଗଜପତ୍ର ଓ ଚୌଦ୍ଵାରରେ ୩ ଏକର ଜମି ଠାବ ହୋଇଥିଲା । ୪୯୮ ଗ୍ରାମର ସୁନା ଗହଣା ଓ ଅଢେଇ କେଜିର ରୂପା ଗହଣା ଜବତ କରାଯାଇଥିଲା ।

 

Get real time updates directly on you device, subscribe now.