Breaking: ଭିଜିଲାନ୍ସ ହାତରୁ ଖସିପଳାଇଲେ ଲାଞ୍ଚୁଆ ଏଏସଆଇ, ମାମଲା ରଫାଦଫା ପାଇଁ ୩୫୦୦ ଟଙ୍କା ଲାଞ୍ଚ ନେଉଥିଲେ

କଳାହାଣ୍ଡି:ଲାଞ୍ଚ ନେଲାବେଳେ ଏଏସଆଇଙ୍କୁ ଧରିଲା ପୋଲିସ । କଳାହାଣ୍ଡି ଜୁନାଗଡ଼ ଥାନା ଏଏସଆଇ ମୁକୁନ୍ଦ ଖେୁମୁଣ୍ଡୁ ଲାଞ୍ଚ ନେଉଥିବାବେଳେ ଧରାପଡ଼ିଗଲେ । ଏକ ମାମଲା ରଫାଦଫା କରିବା ପାଇଁ ନେଉଥିଲେ ୩୫୦୦ ଟଙ୍କା । ଭିଜିଲାନ୍ସ ଧରିବା ସମୟରେ ଥାନାରୁ ଚମ୍ପଟ ମାରିଛନ୍ତି ମୁକୁନ୍ଦ । ଗ୍ରାମରକ୍ଷୀଙ୍କୁ ଅଟକ ରଖି ଏଏସଆଇଙ୍କୁ ଧରିବାକୁ ଭିଜିଲାନ୍ସ ପକ୍ଷରୁ ଉଦ୍ୟମ ଜାରି ।