fbpx

ଶିକାରୀ ପାଲଟିଲା ଶିକାର: ଭିଜିଲାନ୍ସ ଜାଲରେ ଫସିଗଲେ ନିଜେ ଭିଜିଲାନ୍ସ ଇନ୍ସପେକ୍ଟର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ଆକ୍ସନ ମୁଡ଼ରେ ଭିଜିଲାନ୍ସ ବିଭାଗ । ପୂର୍ବରୁ ବେଆଇନ ଅର୍ଥ ମାମଲାରେ ରାଜ୍ୟର ଶହ ଶହ ଅଧିକାରୀଙ୍କୁ ଭିଜିଲାନ୍ସ ବାନ୍ଧିଥିବା ବେଳେ ଆଜି ବନ୍ଧା ହୋଇଛନ୍ତି ଜଣେ ଭିଜିଲାନ୍ସ ଅଧିକାରୀ । ଭିଜିଲାନ୍ସ ଇନ୍ସପେକ୍ଟର ମାନସୀ ଜେନା ଗତକାଲି ୧୦ ଲକ୍ଷ ଟଙ୍କା ଲାଞ୍ଚ ନେବା ସମୟରେ ଧରାପଡ଼ିଥିଲେ ।

ସମ୍ବଲପୁର ଭିଜିଲାନ୍ସ ଡିଭିଜନରେ କାର୍ଯ୍ୟରତ ମାନସୀଙ୍କୁ ଆଜି ଗିରଫ କରାଯାଇଛି । ମାନସୀଙ୍କ ବାସଭବନ ସହିତ ବିଭିନ୍ନ ସ୍ଥାନରେ ଭିଜିଲାନ୍ସ ଟିମ୍ ପକ୍ଷରୁ ଚଢ଼ାଉ କରାଯାଇଛି । ଜଣେ ସରକାରୀ ଅଧିକାରୀଙ୍କ ଏକ ମାମଲାର ଦଫାରଫା କରିବା ପାଇଁ ବରଗଡ଼ର ଜଣେ ବ୍ୟକ୍ତିଙ୍କଠାରୁ ମାନସୀ ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ ।

ଜଣାପଡ଼ିଛି ଯେ, ପୂର୍ବରୁ ଭିଜିଲାନ୍ସ ଜାଲରେ ପଡ଼ିଥିବା ଜଣେ ସରକାରୀ ଅଧିକାରୀଙ୍କ ମାମଲାର ତଦନ୍ତକାରୀ ଅଧିକାରୀ ଥିଲେ ମାନସୀ । ଉକ୍ତ ମାମଲାକୁ ଦଫାରଫା କରିବା ପାଇଁ ମାନସୀ ଜଣେ ବ୍ୟକ୍ତିଙ୍କୁ ୧୦ ଲକ୍ଷ ଟଙ୍କା ମାଗିଥିଲେ । ଉକ୍ତ ବ୍ୟକ୍ତି ଜଣଙ୍କ ମାନସୀଙ୍କୁ ଲାଞ୍ଚ ଟଙ୍କା ଦେଉଥିବା ସମୟରେ ଭିଜିଲାନ୍ସ ଟିମ୍ ତାଙ୍କୁ ଧରିଥିଲା । ମାନସୀଙ୍କ ଠାରୁ ଉକ୍ତ ରାସାୟନିକ ପ୍ରଲେପ ଦିଆ ଟଙ୍କା ସବୁକୁ ଭିଜିଲାନ୍ସ ଅଧିକାରୀମାନେ ଜବତ କରିଥିଲେ ।

Get real time updates directly on you device, subscribe now.