fbpx

୫ ହଜାର ଲାଞ୍ଚ ନେଉଥିଲେ ଏଏସ୍ଆଇ, ମାଡ଼ି ବସିଲେ ଭିଜିଲାନ୍ସ ଟିମ୍

ସୁନ୍ଦରଗଡ଼ (ଭାସ୍କର ନ୍ୟୁଜ୍‌):  ଏକ ମାମଲାକୁ ରଫାଦଫା କରିବା ଲାଗି ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ବିଭାଗ ହାତରେ ଧରାପଡ଼ି ଗିରଫ ହୋଇଛନ୍ତି ସୁନ୍ଦରଗଡ଼ ଜିଲ୍ଲା ବଡ଼ଗାଁ ଥାନାର ଜଣେ ପୁଲିସ୍‌ ଏଏସ୍‌ଆଇ । ଏଏସ୍‌ଆଇଙ୍କୁ ଧରିବା ସହ ତାଙ୍କ ଠାରୁ ଲାଞ୍ଚ ଟଙ୍କା ଜବତ କରିଥିଲେ । ଏଏସ୍‌ଆଇଙ୍କୁ ଗିରଫ କରାଯିବା ସହ ସୁନ୍ଦରଗଡ଼ ଭିଜିଲାନ୍ସ କାର୍ଯ୍ୟାଳୟକୁ ଅଣାଯାଇ ପଚରାଉଚରା କରାଯାଇଛି ।

ଜଣେ ଅଭିଯୁକ୍ତଙ୍କ ଠାରୁ ୫ ହଜାର ଟଙ୍କା ଲାଞ୍ଚ ନେଇ ଫସି ଯାଇଛନ୍ତି ବଡ଼ଗାଁ ଥାନା ଏଏସ୍‌ଆଇ । ତାଙ୍କ ନାଁ କୈଳାସ ନାଏକ । ତାଙ୍କୁ ଗିରଫ କରିଛି ଭିଜିଲାନ୍ସ । ବଡ଼ଗାଁ ଥାନା ଅଞ୍ଚଳର ରେଙ୍ଗାଲମାଲର ବୈକୁଣ୍ଠ ରାଉତ ନାମକ ଜଣେ ବ୍ୟକ୍ତି ଏକ ମାମଲାର ଅଭିଯୁକ୍ତ ଅଛନ୍ତି । ତାଙ୍କ ନାମରେ ଲାଗିଥିବା ଦଫା କୋହଳ କରିବାକୁ ଏଏସଆଇ ଶ୍ରୀ ନାଏକ ତାଙ୍କୁ ୫୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ଏତେ ଟଙ୍କା ଦେବାକୁ ବୈକୁଣ୍ଠ ନିଜ ଅକ୍ଷମତା ପ୍ରକାଶ କରିବାରୁ ଶ୍ରୀ ନାଏକ ତାଙ୍କୁ ୩୦ ହଜାର ଟଙ୍କା ଦେବାକୁ  କହିଥିଲେ । ଏହା ପରେ ବୈକୁଣ୍ଠ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ । ଯୋଜନା ମୁତାବକ ସେ ମଙ୍ଗଳବାର ଅଗ୍ରୀମ ୫ ହଜାର ଟଙ୍କା ଏଏସଆଇ କୈଳାସ ନାଏକଙ୍କୁ ଦେଇଥିଲେ । ଆଉ ସେହି ସମୟରେ ଭିଜିଲାନ୍ସ ଟିମ୍‌ ଏଏସ୍‌ଆଇଙ୍କୁ ଧରି ପକାଇଥିଲା । ତାଙ୍କ ଠାରୁ ଲାଞ୍ଚ ଟଙ୍କା ଜବତ କରାଯାଇଥିଲା ।

Get real time updates directly on you device, subscribe now.