fbpx

ପ୍ରଧାନ ଶିକ୍ଷକଙ୍କ ଘରେ ଭିଜିଲାନ୍ସ ରେଡ୍

Advertisement

ବରଗଡ଼, ୧୬।୧୨(ଓଡିଶା ଭାସ୍କର) : ପ୍ରଧାନ ଶିକ୍ଷକଙ୍କ ଘରେ ଭିଜିଲାନ୍ସ ରେଡ୍ । ବରଗଡ଼ ଜିଲ୍ଲା ବରପାଲି ବ୍ଲକ୍‌ସ୍ଥିତ ତିଲେଇମାଳ ସ୍କୁଲ୍‌ର ପ୍ରଧାନଶିକ୍ଷକ ପ୍ରମୋଦ ପାଣିଗ୍ରାହୀଙ୍କ ଘରେ ଭିଜିଲାନ୍ସ ଚଢ଼ଉ ହୋଇଛି। ବରଗଡ଼ ଜିଲ୍ଲାର ବରପାଲି, ସୋନପୁର ଜିଲ୍ଲାର ଡୁଙ୍ଗୁରିପାଲି ଘର ସମେତ ୫ଟି ସ୍ଥାନରେ ଏକକାଳୀନ ଭିଜିଲାନ୍ସ ଚଢ଼ଉ କରିଥିବା ଜାଣିବାକୁ ମିଳିଛି। ବରଗଡ଼ ଓ ସମ୍ବଲପୁର ଭିଜିଲାନ୍ସ ଟିମ୍‌ ମିଶି ମିଳିତ ଚଢ଼ାଉ କରିଥିବା ସୂଚନା ରହିଛି। ତେବେ ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଶିକ୍ଷକଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଥିବା ଜାଣିବାକୁ ମିଳିଛି।

Get real time updates directly on you device, subscribe now.