fbpx

ବ୍ରହ୍ମପୁରରୁ ତଦନ୍ତ ସାରି ଭୁବନେଶ୍ୱର ଫେରିଲା କ୍ରାଇମବ୍ରାଞ୍ଚ ଟିମ୍

ବ୍ରହ୍ମପୁର, ୧୬ା୧୨ (ଓଡିଶା ଭାସ୍କର): ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ-ପାଠକ ଠକେଇ ମାମଲାର ତଦନ୍ତ ପାଇଁ କ୍ରାଇମବ୍ରାଞ୍ଚ ଟିମ ବ୍ରହ୍ମପୁର ଗସ୍ତ କରିଥିଲା । ତେବେ ୭ ଦିନ ଧରି ବିଭିନ୍ନ ସ୍ଥାନରେ ତଦନ୍ତ କରିବା ପରେ ଟିମ୍ ଆଜି ଭୁବନେଶ୍ୱର ଫେରିଥିବା ଜଣାପଡ଼ିଛି ।

କ୍ରାଇମବ୍ରାଞ୍ଚର ଏହି ତଦନ୍ତ ପରିସରରେ ଅନେକଙ୍କୁ ସାମିଲ କରାଯାଇଥିଲା । ସେମାନଙ୍କ ମଧ୍ୟରେ ପ୍ରଦୀପ ପାଣିଗ୍ରାହୀଙ୍କ ପିଏସଓ, କଲେଜ ପୂର୍ବତନ ଅଧ୍ୟକ୍ଷଙ୍କୁ ପଚରାଉଚରା କରାଯାଇଛି । ତେବେ ମୋଟ ୮ ଜଣ କ୍ରାଇମବ୍ରାଞ୍ଚର ଜେରାର ସମ୍ମୁଖୀନ ହୋଇଥିବା ଜଣାପଡ଼ିଛି ।

Get real time updates directly on you device, subscribe now.