fbpx

ମଣିଷ ପରେ ପଶୁ କରୋନାର ଶିକାର: ଆମେରିକାର ଏକ ଜଙ୍ଗଲୀ ଜନ୍ତୁ କରୋନାରେ ଆକ୍ରାନ୍ତ

ୱାଶିଂଟନ, ୧୬ା୧୨: ଆମେରିକାରେ ଗୋଟିଏ ପଶୁଠାରେ କରୋନା ଭାଇରସର ପ୍ରଥମ ସଂକ୍ରମଣ ସାମନାକୁ ଆସିଛି । କରୋନା ଭୂତାଣୁ ମଣିଷ ପରେ ଏବେ ଜଙ୍ଗଲୀ ଜୀବଜନ୍ତୁଙ୍କ ଶରୀର ମଧ୍ୟକୁ ପ୍ରବେଶ କରିବା ଆରମ୍ଭ କଲାଣି ।

ସୂଚନା ଅନୁଯାୟୀ ଆମେରିକାର କୃଷି ବିଭାଗ ତରଫରୁ ଏନେଇ ସବିଶେଷ ତଥ୍ୟ ପ୍ରଦାନ କରାଯାଇଛି । ଆମେରିକାର ଏକ ବନ୍ୟ ଜନ୍ତୁ ମିଙ୍କ ଦେହରେ କରୋନା ଭୂତାଣୁ ରହିଥିବା ପ୍ରମାଣ ମିଳିଛି । ଏହି ପ୍ରମାଣ ମିଳିବା ପରେ ସମଗ୍ର ପଶୁପକ୍ଷୀଙ୍କ ଠାରେ ସଂକ୍ରମଣକୁ ନେଇ ଭୟ ଦେଖାଦେଇଛି । କରୋନା ଭାରଇସ ଅଗଷ୍ଟ ମାସ ପରଠାରୁ ୧୫ ହଜାରରୁ ଅଧିକ ଫାର୍ମ ମିଙ୍କର ଜୀବନ ନେଇସାରିଛି ।

କୃଷି ବିଭାଗର ଏକ ରିପୋର୍ଟରେ ଏହା କୁହାଯାଇଛି ଯେ, ବିଭିନ୍ନ ପ୍ରଜାତିର ପଶୁପକ୍ଷୀଙ୍କ ନମୂନା ପରୀକ୍ଷଣ ପାଇଁ ପଠାଯାଇଛି । ତେବେ ଜଙ୍ଗଲୀ ମିଙ୍କଠାରୁ ଆଖପାଖ ଅଞ୍ଚଳରେ ଏହି ରୋଗ ବ୍ୟାପୁଥିବାର କୌଣସି ପ୍ରମାଣ ମିଳିନାହିଁ ।

Get real time updates directly on you device, subscribe now.