fbpx

ଭିଜିଲାନ୍ସ ପଞ୍ଝାରେ କୋଟିପତି ଶିକ୍ଷକ: ଦେଖନ୍ତୁ ଭିଡିଓ…

AAKASH

ରାୟଗଡ଼: ଭିଜିଲାନ୍ସ ଜାଲରେ କୋଟିପତି ଶିକ୍ଷକ । ଜଣେ ପ୍ରାଥମିକ ଶିକ୍ଷକଙ୍କ ସଂପତ୍ତି ଦେଖି କାବା ହେଲା ଭିଜିଲାନ୍ସ ।

ଶନିବାର ରାୟଗଡ଼ା ବିଇଓ ଅଫିସରେ କାର୍ଯ୍ୟରତ ଶିକ୍ଷକ ଶିଶିର ସେମେଳିଙ୍କ ବାସଭବନରେ ରେଡ୍ କରିଛି ଭିଜିଲାନ୍ସ ଟିମ୍ । ମୋଟ ୪ କୋଟି ୭୩ ଲକ୍ଷ ୮୭ ହଜାର ଟଙ୍କାର ସଂପତ୍ତି ଠାବ ହୋଇଛି । ୧୨ ଲକ୍ଷର ସୁନା, ୨୨ ଲକ୍ଷ ଟଙ୍କାର ଜମା ଠାବ କରିଛି ଭିଜିଲାନ୍ସ । ଶିଶିରଙ୍କ ଠାବ ହୋଇଥିବା ୫ ଟି କୋଠାର ମୂଲ୍ୟ ୪ କୋଟିରୁ ଅଧିକ ଟଙ୍କା । ଗୋଟିଏ ଇନୋଭା କାର୍ ଏବଂ ଗୋଟିଏ ବୋଲେରୋ ମୂଲ୍ୟ ୧୯ ଲକ୍ଷ ୫୦ ହଜାର ଟଙ୍କା ହେବ ।

ସୂଚନାଯୋଗ୍ୟ, ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଏକସାଙ୍ଗରେ ୬ଟି ସ୍ଥାନରେ ରେଡ୍ କରିଛି ଭିଜିଲାନ୍ସ । ୪ ଡିସିପି ୫ ଇନ୍ସପେକ୍ଟର ଏବଂ ଅନ୍ୟ ଷ୍ଟାଫ୍ ଙ୍କୁ ନେଇ ଗଠିତ ୪ଟି ଟିମ୍ ଦ୍ୱାରା ଏହି ରେଡ୍ କରାଯାଇଛି ।

Get real time updates directly on you device, subscribe now.