fbpx
BSKY
BJD SHG SKY
BJD YOUTH SKY

୧୯ ବର୍ଷ ଆଉ ୬ଟି ସିରିଜ୍: ଘରୋଇ ମାଟିରେ ହାରିନି ଭାରତ, ରୋହିତଙ୍କ ସାମ୍ନାରେ ନୂଆ ଚ୍ୟାଲେଞ୍ଜ

ନୂଆଦିଲ୍ଲୀ: ନୂତନ ଭାବରେ ଭାରତୀୟ ଦଳର ଦାୟିତ୍ୱ ନେଇଥିବା ରୋହିତ ଶର୍ମାଙ୍କ ପାଇଁ ଏକ ନୂଆ ଚ୍ୟାଲେଞ୍ଜ । ଦଳ ରୋହିତଙ୍କ ନେତୃତ୍ୱରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ଦିନିକିଆ ଏବଂ ଟି-୨୦ ସିରିଜ ଖେଳିବାକୁ ଯାଉଛି । ବିଗତ ୧୯ ବର୍ଷ ହେଲାଣି ୱେଷ୍ଟଇଣ୍ଡିଜ ଦଳ ଭାରତରେ କୌଣସି ସିରିଜ୍ ଜିତି ନାହିଁ । ତେବେ ଦକ୍ଷିଣ ଆଫ୍ରିକାରେ ୨-୧ର ପରାଜୟ ପରେ ରୋହିତ ଶର୍ମାଙ୍କ ପାଇଁ ଚ୍ୟାଲେଞ୍ଜିଂ ପରସ୍ଥିତି ସୃଷ୍ଟି ହୋଇଛି । ଆସନ୍ତା ୬ ଫେବୃୟାରୀରୁ ଭାରତ ଦିନିକିଆ ସିରିଜ୍ ଖେଳିବ । ଦକ୍ଷିଣ ଆଫ୍ରିକା ସିରିଜ ପରାଜୟକୁ ଭୁଲି ଦଳ ନୂତନ ଆରମ୍ଭ କରିବାକୁ ପୟାସ କରିବ ।

ଅଧିନାୟକ ରୋହିତ ଶର୍ମା ଦଳକୁ ଫେରିଥିବା ବେଳେ ପୁନର୍ବାର କେ ଏଲ ରାହୁଲ ମଧ୍ୟକ୍ରମକୁ ଫେରିବେ । ତେବେ ସୂର୍ଯ୍ୟ କୁମାର ଯାଦବ କିମ୍ବା ଶ୍ରେୟସ ଆୟରଙ୍କ ମଧ୍ୟରୁ ଜଣଙ୍କୁ ବାହାରେ ବସିବାକୁ ପଡିବ । ବୋଲିଂ ବିଭାଗରେ ମଧ୍ୟ ପୁଣି ଥରେ କୁଲଚା ଯୋଡିକୁ ଦେଖିବାକୁ ମିଳିପାରେ । ଶେଷ ଥର ପାଇଁ ୨୦୦୨ରେ ୱେଷ୍ଟଇଣ୍ଡିଜ ସିରିଜ ଜିତିଥିଲା । ୭ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜକୁ ଭ୍ରମଣକାରୀ ଦଳ ୪-୩ରେ ଜିତି ନେଇଥିଲା । କ୍ରିସ୍ ଗେଲ୍ ୪୫୫ ରନ କରି ମ୍ୟାନ ଅଫ ଦ ସିରିଜ ହୋଇଥିଲେ । ଏହାପରେ ୱେଷ୍ଟଇଣ୍ଡିଜ ୨୦୦୬-୦୭ରେ ୩-୧, ୨୦୧୧ରେ ୪-୧, ୨୦୧୩ରେ ୨-୧, ୨୦୧୫ରେ ୨-୧ ରେ ପରାଜିତ ହୋଇଛି । ଶେଷ ଥର ପାଇଁ ଦୁଇ ବର୍ଷ ତଳେ ୨୦୧୯ରେ ଖେଳିଥିବା ସିରିଜରେ ଦଳ ୨-୧ରେ ପରାଜିତ ହୋଇଥିଲା ।

Get real time updates directly on you device, subscribe now.