fbpx

ଲମ୍ବୁଛି ସହକାରୀ ଯନ୍ତ୍ରୀଙ୍କ ସମ୍ପତ୍ତି ତାଲିକା; ଭିଜିଲାନ୍ସ ଚଢାଉର ଦ୍ୱିତୀୟ ଦିନରେ ଜବତ ୧୨ ଟି ପ୍ଲଟ…

ଉଦଳା: ଉଦଳା RWSS ସହକାରୀ ନିର୍ବାହୀ ଯନ୍ତ୍ରୀ ରବି ନାରାୟଣ ପଣ୍ଡାଙ୍କ ଘରେ ଆଜି ମଧ୍ୟ ଭିଜିଲାନ୍ସ ପକ୍ଷରୁ ଚଢାଉ ଜାରି ରହିଛି । ଫଳରେ ଉଦଳାରେ ଥିବା ତାଙ୍କ ସରକାରୀ ଘରୁ ୨ ଲକ୍ଷ ଟଙ୍କା ଠାବ ହୋଇଛି । ବର୍ତ୍ତମାନ ସୁଦ୍ଧା ଭିଜିଲାନ୍ସ ପ୍ରାୟ ୨୯ ଲକ୍ଷ ଟଙ୍କା ଜବତ କରିସାରିଛି । ତେବେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କାଲିଠାରୁ ରେଡ୍ କରୁଛି ଭିଜିଲାନ୍ସ ।

ଭିଜିଲାନ୍ସ ଗତକାଲି ଉଦଳା RWSSର ସହକାରୀ ନିର୍ବାହୀ ଯନ୍ତ୍ରୀ ରବି ନାରାୟଣ ପଣ୍ଡାଙ୍କ ଘର ସମେତ ଏକକାଳୀନ ୮ଟି ସ୍ଥାନରେ ଚଢାଉ କରିଥିଲା । ତେବେ ଭୁବନେଶ୍ୱର ୪ଟି ସ୍ଥାନ, କେନ୍ଦ୍ରାପଡା ଓ ମୟୂରଭଞ୍ଜର ୨ ଟି ଲେଖାଏଁ ସ୍ଥାନ ଏବଂ ଉଦଳାର ସରକାରୀ ଘରେ ଏହି ଚଡାଉ ହୋଇଥିଲା । ଫଳରେ ଏହି ରେଡ୍ ରେ ବର୍ତ୍ତମାନ ସୁଦ୍ଧା ଭିଜିଲାନ୍ସ ନଗତ ୨୯ ଲକ୍ଷ ଟଙ୍କା ଜବତ କରିଛି । ଏଥିସହ ଗୋଟିଏ ୩ ମହଲା କୋଠା, ଗୋଟିଏ ଫ୍ଲାଟ ଏବଂ ୧୨ଟି ପ୍ଲଟ ଠାବ କରିଛି ଭିଜିଲାନ୍ସ । ଏତତ୍ ବ୍ୟତୀତ ବର୍ତ୍ତମାନ ପର୍ଯ୍ୟନ୍ତ ଭିଜିଲାନ୍ସ ପକ୍ଷରୁ ଏହି ଚଢାଉ ଜାରି ରହିଛି । ତେବେ ଏହି ରେଡ ସାରିବା ପରେ ମୋଟ କେତେ ଟଙ୍କାର ସମ୍ପତ୍ତି ଠାବ ହେବ ତାହା ଡଣାପଡିବ ବୋଲି ବିଶେଷ ସୂତ୍ରରୁ ସୂଚନା ମିଳିଛି ।

Get real time updates directly on you device, subscribe now.