fbpx

ଭିଜିଲାନ୍ସ ଜାଲରେ ଛନ୍ଦିହେଲେ କନିଷ୍ଠ କିରାଣି: ଏକକାଳୀନ ୫ ଟି ଜାଗାରେ ରେଡ୍

କେନ୍ଦୁଝର: ରାଜ୍ୟରେ ଦିନକୁ ଦିନ ଦୁର୍ନୀତି ମାତ୍ରା ବଢ଼ିବାରେ ଲାଗିଛି । ପ୍ରତିଦିନ କେହି ନା କେହି ଅଧିକାରୀ ଭିଜିଲାନ୍ସ ଜାଲରେ ଛନ୍ଦି ହୋଇପଡୁଛନ୍ତି । ପୂର୍ବରୁ ଅନେକ ସରକାରୀ କର୍ମଚାରୀ ଏହି ଭିଡିଲାନ୍ସ ହାତରେ ଧରା ପଡିଥିବା ବେଳେ ବର୍ତ୍ତମାନ ପୁଣି ଏକ ସରକାରୀ ବାବୁ ଏହି ଜାଲରେ ଫସିଛନ୍ତି । ତେବେ ଆଜି ଭିଜିଲାନ୍ସ ପଞ୍ଝାରେ ପଡିଛନ୍ତି ବିଇଓ କାର୍ଯ୍ୟାଳୟର କନିଷ୍ଠ କିରାଣି । ଆୟ ବହିର୍ଭୂତ ସମ୍ପତ୍ତି ଅଭିଯୋଗରେ ରେଡ କରିଛି ଭିଜିଲାନ୍ସ ।

ମିଳିଥିବା ସୂଚନା ଅନୁଯାୟୀ ବାଂଶପାଳ ବିଇଓ କାର୍ଯ୍ୟାଳୟର କନିଷ୍ଠ କିରାଣି ଗଙ୍ଗାଧର ସାହୁଙ୍କ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ତାଙ୍କ ଘରେ ରେଡ୍ କରିଛି । ତେବେ ତାଙ୍କ ସରକାରୀ ଘର,ଅଫିସ, ପୈତୃକ ଘର ସମେତ ମୋଟ୍ ୫ ଟି ସ୍ଥାନରେ ଏହି ଚଢାଉ ଜାରି ରହିଛି । କେତେ ମାତ୍ରାରେ ଏହି ଆୟ ବହିର୍ଭୂତ ସମ୍ପତ୍ତି ଅଛି ତାହା ଆକଳନ ପରେ ଜଣାପଡିବ ବୋଲି ସୂଚନା ମିଳୁଛି ।

Get real time updates directly on you device, subscribe now.