fbpx

ଗାଡ଼ି ଚାଳକଙ୍କ ପାଇଁ ଆଶ୍ୱସ୍ତି, ବଢ଼ିଲା ଗାଡ଼ି କାଗଜପତ୍ର ବୈଧତା ଅବଧି

Advertisement

ଭୁବନେଶ୍ୱର, ୯ା୬(ଓଡ଼ିଶା ଭାସ୍କର): ଗାଡ଼ି କାଗଜପତ୍ର ବୈଧତା ଅବଧି ବୃଦ୍ଧି ପାଇଛି । ୩୦ ସେପ୍ଟେମ୍ବର ପର୍ଯ୍ୟନ୍ତ ବଢ଼ିଛି ବୈଧତା ଅବଧି । ବୈଧତା ଅବଧି ବୃଦ୍ଧି ନେଇ ଘୋଷଣା କରିଛନ୍ତି କେନ୍ଦ୍ର ସରକାର । ଏନେଇ କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀ ନିତୀନ ଗଡ଼କରି ଟ୍ୱିଟ ମାଧ୍ୟମରେ ସୂଚନା ଦେଇଛନ୍ତି । ଅର୍ଥାତ ଚଳିତବର୍ଷ ସେପ୍ଟେମ୍ବର ୩୦ତାରିଖ ପର୍ଯ୍ୟନ୍ତ ଗାଡ଼ିର କାଗଜପତ୍ର ଯଥା ପଲ୍ୟୁସନ ସାର୍ଟିଫିକେଟ, ଟ୍ୟାକ୍ସ ସାର୍ଟିଫିକେଟ, ଡ଼ିଏଲ ନବିକରଣ, ପରମିଟ୍ ନହୋଇଥିଲେ ମଧ୍ୟ ଫାଇନ ଦେବାକୁ ପଡ଼ିବ ନାହିଁ । ଫଳରେ ଏବେ ଗାଡ଼ି ଚାଳକଙ୍କୁ ଆହୁରି ଆଶ୍ୱସ୍ତି ମିଳିଛି । ପ୍ରକାଶ ଯୋଗ୍ୟ କରୋନା ସଂକ୍ରମଣ ମୁକାବିଲା କରିବା ପାଇଁ ଦେଶରେ ଲକଡାଉନ ଜାରି କରାଯାଇଥିଲା । ତେଣୁ ପୂର୍ବରୁ ମଧ୍ୟ ଗାଡ଼ି କାଗଜପତ୍ର ଯାଞ୍ଚ କୋହଳ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା ।
ନୂଆ ମୋଟର ଯାନ ଆଇନ ଲାଗୁ କରାଯିବା ପରେ ଗାଡ଼ି ଯାଞ୍ଚ କଡ଼ା କଡ଼ି କରାଯାଇଥିଲା । ଗାଡ଼ିର ଜରୁରୀ କାଗଜ ପତ୍ର ନଥିଲେ ଚାଳକମାନଙ୍କୁ ୧୦ଗୁଣା ଫାଇନ ଦେବାକୁ ପଡ଼ୁଥିଲା । ଗାଡ଼ିର ସମସ୍ତ ଜରୁରୀ କାଗଜପତ୍ର କରିବା ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଥିଲା । ଯଦି ଗାଡ଼ି କାଗଜପତ୍ର ନଥିବ ତେବେ ସୋମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଥିଲା । ଯେହେତୁ ଏବେ ଦେଶରେ କରୋନା କାୟା ବିସ୍ତାର କରିବାରେ ଲାଗିଛି । ଲୋକମାନଙ୍କୂ ଘରେ ରହିବାକୁ ପରାମର୍ଶ ଦିଆଯାଉଛି ସେନେଇ କାଗଜପତ୍ର ବୈଧତା ଅବଧିକୁ ବୃଦ୍ଧି କରାଯାଇଛି ।

Get real time updates directly on you device, subscribe now.