fbpx

‘ବିକଶିତ ଭାରତ ୨୦୪୭: ଭଏସ୍ ଅଫ୍ ୟୁଥ୍‌’ ଯୋଜନାର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

Advertisement

ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡ଼ିଓ କନଫେରେନ୍ସଂ ମାଧ୍ୟମରେ ‘ବିକଶିତ ଭାରତ ୨୦୪୭: ଭଏସ୍ ଅଫ୍ ୟୁଥ୍‌’ ଯୋଜନାର ଶୁଭାରମ୍ଭ କରିଛନ୍ତି । ଏହି ଯୋଜନାର ମୂଳ ଉଦ୍ଦେଶ୍ୟ ହେଉଛି ଯୁବବର୍ଗଙ୍କ ମଧ୍ୟମରେ ଦେଶକୁ ଏକ ବିକଶିତ ରାଷ୍ଟ୍ରରେ ପରିଣତ କରିବା । ରାଜଭବନରେ ଆୟୋଜିତ ଏହି କର୍ମଶାଳାରେ ପ୍ରଧାନମନ୍ତ୍ରୀ ବିଶ୍ୱବିଦ୍ୟାଳୟର କୂଳପତି ତଥା ଅନୁଷ୍ଠାନର ମୁଖ୍ୟଙ୍କୁ ସମ୍ବୋଧିତ କରିଥିଲେ ।


‘ବିକଶିତ ଭାରତର ସଂକଳ୍ପକୁ ନେଇ ଆଜିର ଦିନ ଉଦ୍ଦିଷ୍ଟ । ବିକଶିତ ଭାରତ ସମ୍ବନ୍ଧୀୟ କର୍ମଶାଳା ଆୟୋଜନ କରିଥିବା ସମସ୍ତ ରାଜ୍ୟପାଳଙ୍କୁ ମୁଁ ଧନ୍ୟବାଦ ଦେଉଛି । ଯୁବ ଶକ୍ତିକୁ ନିର୍ମାଣ କରିବାରେ ଶିକ୍ଷାନୁଷ୍ଠାନ ଗୁଡ଼ିକର ବିଶେଷ ଭୂମିକା ରହିଛି । ସମସ୍ତେ ଆଜି ଗୋଟିଏ ମଂଚରେ ଉପସ୍ଥିତ ଥିଲେ । ଆଜିକାଲି ବ୍ୟକ୍ତିତ୍ୱ ବିକାଶର ଅଭିଯାନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଛି’ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

Get real time updates directly on you device, subscribe now.