fbpx

Delhi Liquor Policy Case: ସୁପ୍ରିମକୋର୍ଟରୁ ସଞ୍ଜୟ ସିଂହଙ୍କୁ ମିଳିଲାନି ଆଶ୍ୱସ୍ତି, ବଢିଲା ନ୍ୟାୟିକ ହେପାଜତ

Advertisement

ନୂଆଦିଲ୍ଲୀ: ଦିଲ୍ଲୀ ମଦ ନୀତି ମାମଲାରେ ସଞ୍ଜୟ ସିଂହଙ୍କୁ ଆଶ୍ୱସ୍ତି ନ ମିଳିବା ଖବର ସାମ୍ନକୁ ଆସିଛି । କୋର୍ଟ ଆମ୍ ଆଦମୀ ପାର୍ଟୀର ସାଂସଦଙ୍କ ନ୍ୟାୟିକ ହେପାଜତକୁ ପୁଣି ବଢାଇଛନ୍ତି । କୋର୍ଟ ୨୧ ଡିସେମ୍ବର ପର୍ଯ୍ୟନ୍ତ ସଞ୍ଜୟ ସିଂହଙ୍କ ନ୍ୟାୟିକ ହେପାଜତକୁ ବଢାଇଦେଇଥିବା ଜଣାପଡିଛି ।

ଦିଲ୍ଲୀ ମଦ ନୀତି ମାମଲାରେ ନିଜର ଗିରଫକୁ ଭୁଲ ପ୍ରମାଣିତ କରିବା ପାଇଁ ଆମ ଆଦମୀ ପାର୍ଟୀର ସାଂସଦ ସଞ୍ଜୟ ସିଂହ ସୁପ୍ରିମ କୋର୍ଟରେ ଜାମିନ ପିଟିସନ ଦାଖଲ କରିଥିଲେ । ଏହି ପିଟିସନର ଶୁଣାଣି କରି କୋର୍ଟରୁ ତାଙ୍କୁ କୌଣସି ଆଶ୍ୱସ୍ତି ମିଳିନାହିଁ । ସୁପ୍ରିମକୋର୍ଟ ଆପ ନେତାଙ୍କୁ ନିମ୍ନ ଅଦାଲତରେ ଜାମିନ ପାଇଁ ଚେଷ୍ଟା କରିବାକୁ କହିଛନ୍ତି । ଜାମିନ ପିଟିସନରେ ଉଠାଯାଇଥିବା ଆଇନଗତ ପ୍ରଶ୍ନ ଉପରେ ସୁପ୍ରିମକୋର୍ଟ ୫ ଫେବୃଆରୀକୁ ଶୁଣାଣି କରିବାକୁ କହିଛନ୍ତି ।

କେନ୍ଦ୍ରୀୟ ଅନୁସନ୍ଧାନକାରୀ ଏଜେନ୍ସି ଇଡି ରାଉସ୍ ଆଭେନ୍ୟୁ କୋର୍ଟରେ ଆମ୍ ଆଦମୀ ପାର୍ଟି ସାଂସଦଙ୍କ ବିରୋଧରେ ୬୦ ପୃଷ୍ଠାର ସପ୍ଲିମେଣ୍ଟାରୀ ଚାର୍ଜସିଟ୍ ଦାଖଲ କରିସାରିଛି। ଷଡଯନ୍ତ୍ର, ଅର୍ଥ ହେରଫେର ତଥା ଦିଲ୍ଲୀ ଏକ୍ସାଇଜ୍ ପଲିସି ମାମଲାରେ ଅଭିଯୁକ୍ତଙ୍କୁ ସାହାଯ୍ୟ କରିଥିବା ଅଭିଯୋଗ ହୋଇଥିଲା।

Get real time updates directly on you device, subscribe now.