fbpx

ଦୀର୍ଘ ସମୟ ପରେ ପୁଣି ନଜର ଆସିଲେ ପୁଟିନଙ୍କ ରହସ୍ୟମୟୀ ଗାର୍ଲଫ୍ରେଣ୍ଡ, ହାତରେ ରହିଛି ବିବାହ ମୁଦି

Advertisement

ନୂଆଦିଲ୍ଲୀ: ଦୀର୍ଘ ସମୟ ପରେ ଋଷ ରାଷ୍ଟ୍ରପତି ବ୍ଲାଦିମିର ପୁଟିନଙ୍କ ଗାର୍ଲଫ୍ରେଣ୍ଡ ପୁଣି ସାର୍ବଜନିକ ସ୍ତରରେ ନଜର ଆସିଛନ୍ତି । ପୁଟିନ୍ ଓ ଏଲିନାଙ୍କ ମଧ୍ୟରେ ୨୦୦୮ରେ ପ୍ରେମ ସଂପର୍କ ଗଢି ଉଠିଥିବା ନେଇ ଚର୍ଚ୍ଚା ହୋଇଥିଲା ।

ପୁଟିନଙ୍କ ଗାର୍ଲଫ୍ରେଣ୍ଡ ଜିମ୍ନାଷ୍ଟିକରେ ଗୋଲ୍ଡ ମେଡାଲିଷ୍ଟ ଅଟନ୍ତି । ଏହି ରହସ୍ୟମୟୀ ୪୦ ସପ୍ତାହ ପରେ ପୁଣି ସାର୍ବଜନିକ ସ୍ତରରେ ନଜର ଆସିଛନ୍ତି । ଏଲିନା ସେହି ସମୟରେ ନଜର ଆସିଛନ୍ତି ଯେତେବେଳେ ଗତ କିଛି ସପ୍ତାହ ଧରି ସେ ନଜରବନ୍ଦୀରେ ରହିଥିବା ନେଇ ଖବର ଆସିଥିଲା । କୁହାଯାଉଛି କି ତାଙ୍କୁ ପୁଟିନଙ୍କ ସିକ୍ରେଟ ମହଲରେ ରଖାଯାଇଥିଲା । ଏହି ଲଗଜୁରୀ ସିକ୍ରେଟ ମହଲ ଜଙ୍ଗଲରେ ନିର୍ମାଣ କରାଯାଇଛି ଯାହା ଅତ୍ୟାଧୁନିକ ସାଜସଜ୍ଜାରେ ଭରପୁର ହୋଇ ରହିଛି ।

୨୦୦୮ରୁ ପୁଟିନ୍ ଓ ଏଲିନାଙ୍କ ମଧ୍ୟରେ ଆଫେୟାରକୁ ନେଇ ଖବର ଆସିବାରେ ଲାଗିଥିଲା । କିନ୍ତୁ ସେ ପୁଟିନଙ୍କ ସହ ଖୁବ୍ କମ୍ ନଜର ଆସୁଥିଲେ । ଏହି କାରଣରୁ ଲୋକମାନେ ତାଙ୍କୁ ରହସ୍ୟମୟୀ ବୋଲି କହୁଥିଲେ । ଏଲିନାଙ୍କୁ କିଛି ଲୋକ ଋଷର ଫାଷ୍ଟ ମିସେସ୍ ବୋଲି ମଧ୍ୟ କହୁଥିଲେ । ବ୍ରିଟିଶ ସମ୍ବାଦପତ୍ର ଦି ସନ୍‌ର ରିପୋର୍ଟ ଅନୁଯାୟୀ ୪୦ ବର୍ଷୀୟା ଏଲିନାଙ୍କୁ ଶେଷ ଥର ଅକ୍ଟୋବର ୨୨ରେ ଦେଖିବାକୁ ମିଳିଥିଲା । ଏହିଦିନ ପୁଟିନ ହୃଦଘାତରେ ଶିକାର ହୋଇଥିବା ନେଇ ମଧ୍ୟ ଖବର ଆସିଥିଲା । ଏହି ସମୟରେ କୁହାଯାଇଥିଲା କି ମସ୍କୋର ଉତ୍ତର ଭାଗରେ ଅବସ୍ଥିତ ବଲଦାଇ ପ୍ୟାଲେସ୍‌ରେ ହୃଦଘାତରେ ପୁଟିନଙ୍କ ମୃତ୍ୟୁ ହୋଇଯାଇଛି ଓ ତାଙ୍କ ଶରୀର ଫ୍ରିଜର ମଧ୍ୟରେ ରଖାଯାଇଛି । ପୁଟିନଙ୍କ ଗାଏବ ହୋଇଯିବାର ଗୁମର ପରେ ଏଲିନା ବି ଗାଏବ ହୋଇଯାଇଥିଲେ ।
୭ ଡିସେମ୍ବରରେ ଏଲିନାଙ୍କ ଭିଡିଓ ସାମ୍ନାକୁ ଆସିଛି । ଏହି ନୂଆ ଭିଡିଓରେ ଏଲିନା ବିବାହ ମୁଦି ପିନ୍ଧିଥିବାର ନଜର ଆସୁଛନ୍ତି । ଏହାପରେ ଏବେ ଚର୍ଚ୍ଚା ହେଉଛି କି ଏକ ସିକ୍ରେଟ୍ ସେରିମନିରେ ଏଲିନା ପୁଟିନଙ୍କୁ ବହୁ ବର୍ଷ ପୂର୍ବରୁ ବିବାହ କରିସାରିଛନ୍ତି ।

Get real time updates directly on you device, subscribe now.