fbpx

“ମୃତ୍ୟୁଦଣ୍ଡରୁ କମ୍ ନୁହେଁ Article 370 ଉଚ୍ଛେଦ…” ସୁପ୍ରିମକୋର୍ଟଙ୍କ ରାୟ ଉପରେ ଏମିତି ମିଳିଲା ପ୍ରତିକ୍ରିୟା

ନୂଆଦିଲ୍ଲୀ: ଧାରା ୩୭୦ ଉଚ୍ଛେଦକୁ ନେଇ ମାନ୍ୟବର ସୁପ୍ରିମକୋର୍ଟ ନିଜର ରାୟ ଶୁଣାଇଛନ୍ତି । କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତିକୁ ସୁପ୍ରିମ ଅଦାଲତ ମଧ୍ୟ ମଞ୍ଜୁରୀ ଦେଇଛନ୍ତି । ଏହାକୁ ବଜାୟ ରଖିବାକୁ କହିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟର ୫ ଜଣିଆ ଖଣ୍ଡପୀଠ । ଜମ୍ମୁ- ଓ କାଶ୍ମୀରକୁ ସ୍ୱତନ୍ତ୍ର ମାନ୍ୟତା ଦେଉଥିବା ୩୭୦ ଧାରାକୁ ରଦ୍ଦ କରିବା ପାଇଁ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକୁ ସମର୍ଥନ କରିଛନ୍ତି ସୁପ୍ରିମକୋର୍ଟର ବିଚାରପତି । ଏ ନେଇ ବର୍ତ୍ତମାନ ବିଭିନ୍ନ ପ୍ରକାର ପ୍ରତିକ୍ରିୟା ମିଳିବା ଆରମ୍ଭ ହୋଇଯାଇଛି । ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଗୃହମନ୍ତ୍ରୀ ଅମିତ ଶାହ ଏହି ରାୟକୁ ସ୍ୱାଗତ କରିଥିବା ବେଳେ କିଛି ଲୋକ ଏହା ଭୁଲ ବୋଲି ପ୍ରତିକ୍ରିୟା ଦେଇଛନ୍ତି ।

ସୁପ୍ରିମକୋର୍ଟଙ୍କ ୩୭୦ ଉଚ୍ଛେଦ ମାମଲାରେ ଶୁଣାଣିକୁ ନେଇ ଜମ୍ମୁ-କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉମର ଅବଦୁଲ୍ଲା ଏହାକୁ ନେଇ ନିରାଶା ଜାହିର କରିଛନ୍ତି । ସେ କହିଛନ୍ତି ଯେ, ସୁପ୍ରିମ ଅଦାଲତଙ୍କ ରାୟରେ ନିରାଶ ଅଛି, କିନ୍ତୁ ହତୋତ୍ସାହିତ ନୁହେଁ । ତେବେ ସଂଘର୍ଷ ଜାରି ରହିବ, ବିଜେପିକୁ ଏହି ସ୍ଥାନରେ ପହଞ୍ଚିବା ପାଇଁ ୧୦ ଦଶନ୍ଧି ଲାଗିଯାଇଛି । ତେଣୁ ଆମର ଯୁଦ୍ଧ ମଧ୍ୟ ଆଗକୁ ଜାରି ରହିବ ବୋଲି କହିଛନ୍ତି ଉମର ଅବଦୁଲ୍ଲା । ସେହିପରି ପୂର୍ବ ମୁଖ୍ୟମନ୍ତ୍ରୀ ଏବଂ ଡେମୋକ୍ରେଟିକ ପ୍ରୋଗ୍ରେଟିଭ ଆଜାଦ ପାର୍ଟିର ପ୍ରମୁଖ ଗୁଲାମ ନବୀ ଆଜାଦ ମଧ୍ୟ ଏହାକୁ ନେଇ ନିଜ ପ୍ରତିକ୍ରିୟା ଦେଇଛନ୍ତି । ସର୍ବସମ୍ମତିକ୍ରମେ ନିଷ୍ପତ୍ତି ଶୁଣିବା ପରେ ନିରାଶ ହୋଇଥିବା କହିଛନ୍ତି ଆଜାଦ ।

ତେବେ ସବୁଠୁ ବଡ଼ ଏକ ପ୍ରତିକ୍ରିୟା ରଖିଛନ୍ତି ମହବୁବା ମୁଫ୍ତି ସୁପ୍ରିମକୋର୍ଟଙ୍କ ରାୟ ଉପରେ କହିଛନ୍ତି ଯେ, ସର୍ବୋଚ୍ଚ ନ୍ୟାୟାଳୟଙ୍କ ଏହି ନିଷ୍ପତ୍ତି ନିସନ୍ଦେହ ଏବଂ ନିରାଶଜନକ ରହିଛି । ତେବେ ଆମକୁ ନିରାଶ ହେବା ଉଚିତ୍ ନୁହେଁ, ଯାହା ଆମର ବିରୋଧୀ ମାନେ ଚାହୁଁଛନ୍ତି । ତେବେ ଯେଉଁ କାନୁନଗତ କାର୍ଯ୍ୟକୁ ସରକାର ସଂସøଦରେ ଆଣିଛନ୍ତି, ତାହା କୌଣସି ମୃତ୍ୟୁଦଣ୍ଡ ଠାରୁ କମ୍ ନୁହେଁ । ମହବୁବାଙ୍କ ଏହି ବୟାନକୁ ନେଇ ଏବେ ବଡ଼ ବିବାଦ ସୃଷ୍ଟି ହୋଇଛି ।

Get real time updates directly on you device, subscribe now.