fbpx

ସାବଧାନ; ଟ୍ରାଫିକ ନିୟମ ଭାଙ୍ଗିଲେ ରୁଜୁ ହେବ ମାମଲା: କମିଶନରେଟ ପୋଲିସର ବଡ ପଦକ୍ଷେପ

ଭୁବନେଶ୍ୱର: ରାଜ୍ୟରେ ଟ୍ରାଫିକ ସମସ୍ୟାକୁ ଦୂର କରିବା ପାଇଁ ଏକ ବଡ ପଦକ୍ଷେପ ନେଇଛନ୍ତି କମିଶନରେଟ ପୋଲିସ । ଏଣିକି ଗାଡି ଚାଳକଙ୍କୁ ରହିବାକୁ ହେବ ଅଧିକ ସତର୍କ । କାରଣ ଏବେ ଟ୍ରାଫିକ ନିୟମ ଭାଙ୍ଗିବାର ପରିଣାମ ଆହୁରି ଶକ୍ତ ହେବ । ଜରିମାନା ବଦଳରେ ଚାଳକଙ୍କ ନାଁରେ ହେବ ମାମଲା ରାଜୁ । ଟ୍ରାଫିକ ବ୍ୟବସ୍ଥାର ସୁଧାର ସହିତ କଟକ- ଭୁବନେଶ୍ୱର ଅପରାଧ ନିୟନ୍ତ୍ରଣ ଉପରେ ଅଧିକ ଫୋକସ କରାଯାଇଛି ।

କମିଶନରେଟ ପୋଲିସ ପକ୍ଷରୁ ସକାଳୁ ସକାଳୁ ରାଜ୍ୟର ଗାଡି ଚାଳକଙ୍କ ପାଇଁ ସତର୍କ ସୂଚନା ଦିଆଯାଇଛି । ଏଣିକି ୫ ଥର ଟ୍ରାଫିକ ନିୟମ ଭାଙ୍ଗିଲେ ଚାଳକଙ୍କ ନାଁରେ ମାମଲା ରୁଜୁ ହୋଇପାରେ । ତେବେ ଯଦି ନିୟମ ଭାଙ୍ଗିବା ପରେ ଜରିମାନା ନ ଦେଇଥାନ୍ତି ତେବେ ପୋଲିସ ଆପଣଙ୍କ ନାଁରେ ମାମଲା ରୁଜୁ କରିବା ସହ ଆପଣଙ୍କୁ ଜେଲ ମଧ୍ୟ ହୋଇପାରେ । ଏ ନେଇ ସୂଚନା ଦେଇଛନ୍ତି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ । ତେବେ ଏହି ସୂଚନା ପରେ ଅମାନିଆ ଗାଡି ଚାଳକଙ୍କୁ ସତର୍କ ରହିବାକୁ ଚେତାବନୀ ଦିଆଯାଇଛି । ନଚେତ ଜରିମାନା ପରେ ମାମଲା ରୁଜୁ କରାଯାଇପାରେ । କିଛି ଲୋକ ଟ୍ରାଫିକ ନିୟମ ଭାଙ୍ଗିବା ପରେ ଜରିମାନା ନ ଦେଇ ଖସି ଯାଉଛନ୍ତି । ତେଣୁ ସେମାନଙ୍କୁ ସାବାଡ କରିବା ପାଇଁ ଏଭଳି ଏକ ପଦକ୍ଷେପ ନେଇଛି କମିଶନରେଟ ପୋଲିସ ।

Get real time updates directly on you device, subscribe now.