fbpx

ମଣିପୁରରେ ପୁଣି ହିଂସା, ମୁଖ୍ୟମନ୍ତ୍ରୀଙ୍କ ପୈତୃକ ଘର ଉପରେ ଆକ୍ରମଣ

Advertisement

ଇମ୍ଫାଲ : ମଣିପୁରରେ ହିଂସାର ନିଆଁ ଲିଭୁନାହିଁ । ସରକାର ଦାବି କରିଥିଲେ ଧିରେ ଧିରେ ରାଜ୍ୟରେ ଶାନ୍ତି ପ୍ରତିଷ୍ଠା ହେବ । କିନ୍ତୁ ଗୁରୁବାର ଦିନ ଏହି କଥା ମିଛ ପ୍ରମାଣିତ ହୋଇଥିଲା । ଏଠାରେ ସୁରକ୍ଷା ପ୍ରତିବନ୍ଧକ ଏବଂ କର୍ଫ୍ୟୁ ଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ପୈତ୍ରୃକ ଘର ଉପରେ ଆକ୍ରମଣ ହୋଇଥିଲା । କିନ୍ତୁ ସୁରକ୍ଷା କର୍ମୀମାନେ ଆକ୍ରମଣକୁ ବିଫଳ କରିଥିଲେ । ଆକ୍ରମଣ ସମୟରେ ମୁଖ୍ୟମନ୍ତ୍ରୀ ଏନ ବିରେନ ସିଂ ତାଙ୍କ ସରକାରୀ ଆବାସରେ ଥିଲେ । ଏହି ଆକ୍ରମଣ ଘଟଣାକୁ ନେଇ ଜଣେ ପୋଲିସ ଅଧିକାରୀ କହିଛନ୍ତି ଇମ୍ଫାଲର ହିଂଙ୍ଗଗ ଅଞ୍ଚଳରେ ମୁଖ୍ୟମନ୍ତ୍ରୀଙ୍କ ପୈତ୍ରୃକ ଘର ରହିଛି । ଏଠାରେ ଆକ୍ରମଣ କରିବାକୁ ଉଦ୍ୟମ କରାଯାଇଥିଲା ।

କିନ୍ତୁ ସୁରକ୍ଷାକର୍ମୀ ମାନେ ସେମାନଙ୍କୁ ଘର ଠାରୁ ୧୦୦ରୁ ୧୫୦ ମିଟର ଦୂରରେ ସେମାନଙ୍କୁ ଅଟକାଇଥିଲେ । ଏହି ଘରେ କେହି ରୁହନ୍ତି ନାହିଁ କିନ୍ତୁ ଏଠାରେ ସୁରକ୍ଷାକର୍ମୀ ସବୁବେଳେ ଘର ଚାରିପଟେ ଆଲର୍ଟ ଥାନ୍ତି । ପୋଲିସ କହିବା ଅନୁସାରେ ଲୋକମାନେ ବିଭିନ୍ନ ଦିଗରୁ ଆସିଥିଲେ ଆକ୍ରମଣ କରିବା ପାଇଁ କିନ୍ତୁ ସେମାନଙ୍କୁ ଅଟକା ଯାଇଥିଲା । ସେମାନଙ୍କୁ ଅଟକାଇବା ପାଇଁ ଅନେକ ଲୁହ ଗ୍ୟାସର ପ୍ରୟୋଗ ମଧ୍ୟ କରାଯାଇଥିଲା । ଏହା ଛଡା ସମ୍ପୂର୍ଣ୍ଣ ଅଞ୍ଚଳରେ ବିଜୁଳି କାଟ ମଧ୍ୟ କରାଯାଇଥିଲା । ଆକ୍ରମଣ ସଫଳ ନ ହେବାରୁ ଲୋକମାନେ ରାସ୍ତାରେ ଟାୟାର ଜାଳିଥିଲେ । ସରକାର ବୁଧବାର ଦିନ ସମ୍ପୂର୍ଣ୍ଣ ରାଜ୍ୟକୁ ଅଶାନ୍ତ ଘୋଷଣା କରିଥିଲେ । ସରକାର ସୂଚନା ଦେଇଛନ୍ତି ରାଜ୍ୟରେ ହିଂସା ଉପରେ ନଜର ରଖିବା ପାଇଁ ।

Get real time updates directly on you device, subscribe now.