fbpx

ସଂସଦ ପରିସରରେ ରାଘବ ଚଢାଙ୍କ ମୁଣ୍ଡକୁ ଖୁମ୍ପିଦେଲା କାଉ, କୌଣସି ବିପଦର ଆଗୁଆ ସୂଚନା ନୁହେଁ ତ ?

Advertisement

ନୂଆଦିଲ୍ଲୀ:ରାଜ୍ୟସଭା ସାଂସଦ ରାଘବ ଚଢାଙ୍କ ମୁଣ୍ଡକୁ କାଉ ଖୁମ୍ପି ଦେବାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଜୋରଦାର ଭାଇରାଲ୍ ହେବାରେ ଲାଗିଛି । ଏହି ଫଟୋ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାର କାରଣ ପାଲଟିଛି । ସଂସଦ ପରିସରରେ ଏହି କାଉ ତାଙ୍କୁ ଏପରି ଆକ୍ରମଣ କରିଛି । ସାଂସଦ ଫୋନରେ କଥା ହେଉଥିବା ସମୟରେ କାଉଟି ତାଙ୍କ ମୁଣ୍ଡରେ ପଞ୍ଝା ମାରି ଉଡି ପଳାଇ ଯାଇଥିଲା ।

ଏହାକୁ ନେଇ ସୋସିଆଲ ମିଡିଆ ପ୍ଲାଟଫର୍ମରେ ୟୁଜର ଭିନ୍ନ ଭିନ୍ନ କମେଣ୍ଟ କରିଛନ୍ତି । କେହି କେହି କହିଛନ୍ତି “ଝୁଟ୍ ବୋଲେ କୱା କାଟେ ‘ ତ ଆଉ କେହି କେହି କହିଛନ୍ତି “ଗଣତନ୍ତ୍ର ଉପରେ ସିଧା ଆକ୍ରମଣ’ । କିଛି ଲୋକ ଏହା ବିପଦର ଆଗୁଆ ସୂଚନା ବୋଲି କହିଛନ୍ତି । ତେବେ ଏହି ଘଟଣାରେ ରାଘବ ଚଢାଙ୍କୁ କୌଣସି କ୍ଷତି ପହଞ୍ଚି ନାହିଁ ।

ଏଠାରେ ସୂଚାଇ ଦିଆଯାଇପାରେ ଯେ, ଏବେ ସଂସଦର ମୌସୁମୀ ଅଧିବେଶନ ଚାଲୁଛି । ସାଂସଦ ରାଘବ ଚଢା ପ୍ରଥମ ଥର ଲାଗି ସାଂସଦ ହୋଇଛନ୍ତି ଓ ସେ ସବୁଠାରୁ କମ୍ ବୟସର ସାଂସଦ ।

Get real time updates directly on you device, subscribe now.