fbpx
BSKY SKY
BSKY SKY

ଡାକ୍ତର ନୁହେଁ, ଶ୍ରୀରାମଙ୍କ ଭରସାରେ ଚାଲିଛି ରୋଗୀ ଚିକିତ୍ସା! ଭାଇରାଲ୍ ଭିଡିଓ ଖୋଲିଲା ସରକାରୀ ମେଡିକାଲର ପୋଲ୍‌

BSKY

ବିଜନୌର: ସାରା ଦେଶରେ କରୋନାର ଦ୍ୱିତୀୟ ଲହର ଯୋଗୁଁ ହାହାକାର ସୃଷ୍ଟି ହୋଇଥିବା ବେଳେ ଦୈନିକ ୩ ଲକ୍ଷରୁ ଅଧିକ ଆକ୍ରାନ୍ତ ହେଉଛନ୍ତି । ସରକାରୀ ହେଉ ବା ଘରୋଇ ଡାକ୍ତରଖାନା, ସବୁ ସ୍ଥାନରେ ଅମ୍ଳଜାନର ଅଭାବ ଦେଖାଦେଇଛି । ଦେଶରେ ଅନେକ ଆକ୍ରାନ୍ତ ଅକ୍ସିଜେନ ନପାଇବାକୁ ଜୀବନ ହାରୁଥିବା ବେଳେ ଉତ୍ତରପ୍ରଦେଶର ବିଜନୌରରେ ଏପରି ଏକ ଦୃଶ୍ୟ ସାମ୍ନାକୁ ଆସିଛି, ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ । ଡାକ୍ତର ନୁହେଁ ବରଂ ଶ୍ରୀରାମଙ୍କ ଭରସାରେ ଚିକିତ୍ସା ଚାଲିଥିବା ଏକ ସରକାରୀ ମେଡିକାଲର ପୋଲ୍ ଖୋଲିଛି ଭାଇରାଲ ଭିଡିଓ ।

ତେବେ ଏହି ମାମଲା ବିଜନୌର ଜିଲ୍ଲାର ପଣ୍ଡିତ ଦିନଦୟାଲ ଉପାଧ୍ୟାୟ ସଯୁକ୍ତ ଡାକ୍ତରଖାନାରେ ଘଟିଛି । ଏହି ହସ୍ପିଟାଲରେ ଭର୍ତ୍ତି ହୋଇଥିବା ରୋଗୀଙ୍କ ପରିବାର ଏକ ଭିଡିଓ କରି ସୋସିଆଲ ମିଡିଆରେ ଭାଇରାଲ କରିଛନ୍ତି । ଭାଇରାଲ ଭିଡିଓରେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ରୋଗୀଙ୍କ ସମ୍ପର୍କୀୟମାନେ ଡାକ୍ତରଖାନା ପ୍ରଶାସନ ଉପରେ ଗୁରୁତର ଅଭିଯୋଗ ଆଣିଥିବାର ନଜର ଆସିଛି । ଲୋକମାନେ ସ୍ପଷ୍ଟ ଭାବରେ କହିଛନ୍ତି ଯେ, ଅନେକ ଥର ସେମାନେ ନିଜ ରୋଗୀଙ୍କ ପାଇଁ ଅମ୍ଳଜାନ ମାଗିଥିଲେ । କିନ୍ତୁ ମେଡିକାଲରେ ଉପସ୍ଥିତ ଡାକ୍ତର କର୍ମଚାରୀମାନେ ସେମାନଙ୍କୁ ଅକ୍ସଜେନ ନଦେଇ କଥା କଟୁଥିଲେ ।

ଲୋକଙ୍କ ଅଭିଯୋଗ ଅନୁସାରେ, ଗତ ୩ ଦିନରୁ ରୋଗୀମାନେ ସରକାରୀ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । କିନ୍ତୁ ବାରମ୍ବାର ମାଗିବା ସତ୍ତ୍ୱେ ସେମାନଙ୍କୁ ଅକ୍ସିଜେନ୍ ମିଳୁନାହିଁ । ଏହା ସହ ଲୋକମାନେ ଅଭିଯୋଗ କରିଛନ୍ତି ଯେ, ମେଡିକାଲରେ ଅଧିକାଂଶ କର୍ମଚାରୀ ଗାୟବ ରୁହନ୍ତି ଓ ସେମାନେ ଭଗବାନ ଶ୍ରୀରାମଙ୍କ ଭରସାରେ ରୋଗୀଙ୍କ ଚିକିତ୍ସା କରାଇଥାନ୍ତି ।

Get real time updates directly on you device, subscribe now.