fbpx

ଲଞ୍ଚ ହେଲା itel Vision 2 ସ୍ମାର୍ଟଫୋନ୍, ମିଳିବ ୱାନ ଟାଇମ ସ୍କ୍ରିନ ରିପ୍ଲେସମେଣ୍ଟ ସୁବିଧା

ନୂଆ ଦିଲ୍ଲୀ, ୨୭/୦୪: ସୁଲଭ ମୂଲ୍ୟରେ ସ୍ମାର୍ଟଫୋନ ତିଆରି କରୁଥିବା ଭାରତୀୟ ସ୍ମାର୍ଟଫୋନ ନିର୍ମାତା କଂପାନୀ itel ଏହାର ନୂତନ ସ୍ମାର୍ଟଫୋନ itel Vision 2 କୁ ଭାରତରେ ଲଞ୍ଚ କରିଛି । ଫୋନର ଦାମ 7,499 ରହିଛି । ଫୋନରେ 6.6 inchର ବଡ ଡିସପ୍ଲେ, 13MPର ଟ୍ରିପଲ ରିୟର କ୍ୟାମରୋ, ପ୍ରିମିୟମ ଡିଜାଇନ ଏବଂ ପାୱାରଫୁଲ ବ୍ୟାଟେରୀ ଭଳି ଫିଚର୍ସ ରହିଛି । ସ୍ମାର୍ଟଫୋନ ଦୁଇଟି କଲରରେ ଲଞ୍ଚ କରାଯାଇଛି ଗ୍ରେଡିଏଣ୍ଟ ଗ୍ରୀନ ଏବଂ ଡିପ ବ୍ଲୁ ।

ଜାଣନ୍ତୁ କ’ଣ ରହିଛି ଫିଚର୍ସ:

ଏହି ସ୍ମାର୍ଟଫୋନରେ 6.6 inchର HD+ IPS ଡିସପ୍ଲେ ଦିଆଯାଇଛି । ଡିସପ୍ଲେରେ ସେଲ୍ଫି କ୍ୟାମେରା ପାଇଁ Punch Hole ଡିଜାଇନ ରହିଛି । ଏଥିରେ 2 GB RAM  ଏବଂ 32 GB ଷ୍ଟୋରେଜ ସହିତ 1.6 GHz Octacore ପ୍ରୋସେସର ରହିଛି । ଫୋନରେ ଷ୍ଟୋରେଜକୁ ଆପଣ ମେମୋରୀ କାର୍ଡ ସହାଯ୍ୟରେ ୧୨୮ଜିବି ପର୍ଯ୍ୟନ୍ତ ବଢାଇ ପାରିବେ, ଫୋନ Android Q (Go Edition)  ଦ୍ୱାରା ପରିଚାଳିତ । ଏଥିରେ ରିୟର ଫିଙ୍ଗର ପ୍ରିଣ୍ଟ ସେନ୍ସର ମିଳିବ ।

ଫଟୋଗ୍ରାଫି ପାଇଁ ଏଥିରେ ଟ୍ରିପଲ ରିୟର କ୍ୟାମେରା ସେଟଅପ ରହିଛି । ଏଥିରେ 13 MP ପ୍ରାଇମେରୀ ସେନ୍ସର, 2 MP Macro କ୍ୟାମେରା ଏବଂ  2MP Depth ସେନ୍ସର ରହିଛି । ସେଲ୍ଫି ପାଇଁ ଏଥିରେ 8 MPର ଫ୍ରଣ୍ଟ କ୍ୟାମେରା ରହିଛି । ଫୋନରେ 4000mAhର ବ୍ୟାଟେରୀ ରହିଛି । କଂପାନୀ ଅନୁସାରେ ଏଥିରେ ଆପଣ ୭ ଘଣ୍ଟା ପର୍ଯ୍ୟନ୍ତ ଭିଡିଓ ଦେଖିପାରିବେ, ୩୫ ଘଣ୍ଟା ପର୍ଯ୍ୟନ୍ତ ଗୀତ ଶୁଣିପାରିବେ, ୨୫ ଘଣ୍ଟାର କଲିଙ୍ଗ  ଏବଂ ୩୦୦ ଘଣ୍ଟାର ଷ୍ଟାଣ୍ଡବାଏ  ଟାଇମ ମିଳିବ ।

 

ଫୋନର ଡିସପ୍ଲେ ଇନ ସେଲ ଟେକ୍ନୋଲୋଜୀ ରହିଛି । ସୁରକ୍ଷା ପାଇଁ ଏଥିରେ ୨.୫ ଡି କର୍ଭ ଗ୍ଲାସ ରହିଛି । ତେବେ କଂପାନୀ ଏହାର ଲଞ୍ଚ ଅବସରରେ ଏକ ସ୍ପତନ୍ତ୍ର ଅଫର ରଖିଛି  । ଏହି ଅଫର ଅନୁଯାୟୀ ଆପଣଙ୍କୁ ୱାନ ଟାଇମ  ସ୍କିନ ରିପ୍ଲେସମେଣ୍ଟର ସୁବିଧା ମିଳିବ ଏଥିରେ ଆପଣଙ୍କୁ ଫୋନ କିଣିବାର ୧୦୦ ଦିନ ପର୍ଯ୍ୟନ୍ତ ଯଦି ଆପଣଙ୍କ ଫୋନର ଡିସପ୍ଲେ କୌଣସି କାରଣରୁ ଭାଙ୍ଗିଯାଏ ତେବେ ଏହାକୁ କଂପାନୀ ମାଗଣାରେ ରିପ୍ଲେସ କରିବ ।

Get real time updates directly on you device, subscribe now.