fbpx

କରୋନା ସ୍ଥିତି ଅସମ୍ଭାଳ: ଆଉ ଦୁଇଦିନ ପରେ ସମଗ୍ର ଦେଶରେ ଲାଗୁହେବ ଲକଡାଉନ୍!!!

ତୁର୍କୀ, ୨୭ା୪: ତୁର୍କୀରେ କରୋନାର ପ୍ରକୋପ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ତେବେ ପରିସ୍ଥିତିକୁ ଦୃଷ୍ଟିରେ ରଖି ତୁର୍କୀ ରାଷ୍ଟ୍ରପତି ତାୟିପ ଏର୍ଡୋଗାନ୍ ସମଗ୍ର ଦେଶରେ ସମ୍ପୂର୍ଣ୍ଣ ଲକଡାଉନ ଘୋଷଣା କରିଛନ୍ତି । ଆସନ୍ତା ୨୯ ତାରିଖରୁ ମେ ମାସ ୧୭ ତାରିଖ ପର୍ଯ୍ୟନ୍ତ ଦେଶରେ ଲକଡାଉନ ଜାରି ରହିବ ବୋଲି କୁହାଯାଇଛି । ୨୪ ଘଣ୍ଟା ମଧ୍ୟରେ ତୁର୍କୀରେ ୩୫୩ ଜଣଙ୍କ ମୃତ୍ୟୁ ଘଟିବା ସହ ୩୭ ହଜାର ୩୧୨ ଜଣ ପଜିଟିଭ୍ ଚିହ୍ନଟ ହୋଇଥିଲେ । ଦେଶର କ୍ୟାବିନେଟ ବୈଠକରେ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି । ଲକଡାଉନ୍ ସମୟରେ ସମସ୍ତ ସ୍କୁଲ ବନ୍ଦ ରହିବା ସହ ଅନଲାଇନରେ ଶିକ୍ଷାଦାନ କରାଯିବ । ଯାନବାହାନରେ ଯାତ୍ରୀ ପରିବହନ ନେଇ କଟକଣା ଲାଗୁ କରାଯାଇଛି । କୋଭିଡ୍ ନିୟମକୁ ପାଳନ କରି ସମସ୍ତଙ୍କୁ ଘରେ ରହିବାକୁ କୁହାଯାଇଛି । ତେବେ ଲକଡାଉନ ସମୟରେ ଜରୁରୀ ସେବାକୁ ଅନୁମତି ଦିଆଯାଇଥିବା ବେଳେ ଖାଦ୍ୟ ଓ ଉତ୍ପାଦନ କ୍ଷେତ୍ର ଖୋଲା ରହିବ ବୋଲି କୁହାଯାଇଛି ।

Get real time updates directly on you device, subscribe now.