fbpx

ନିଜ ଭାଇଙ୍କୁ ହତ୍ୟା କଲେ ଅଭିନେତ୍ରୀ ଶନାୟା କାଟୱେ

ମୁମ୍ବାଇ ୨୭ ।୪ (ଓଡ଼ିଶା ଭାସ୍କର) : ବଲିଉଡ ଜଗତରେ ପ୍ରତ୍ୟେକ ଦିନ କିଛି ନା କିଛି ନୂଆ ଘଟଣା ସାମ୍ନାକୁ ଆସିଥାଏ । ଆଜି ସେଭଳି ଏକ ସମସ୍ତଙ୍କୁ ଆଚର୍ଯ୍ୟ କଲା ଭଳି ଘଟଣା ଲୋକଲୋଚନକୁ ଆସିଛି । କନ୍ନଡ଼ ଅଭିନେତ୍ରୀ ଶନାୟା କାଟୱେ ନିଜ ଭାଇଙ୍କୁ ହତ୍ୟା କରିଥିବା ଅଭିଯୋଗରେ ଗିରଫ କରିଛ ପୋଲିସ୍ । ଅଭିନେତ୍ରୀ ନିଜ ଭାଇଙ୍କୁ ହତ୍ୟା କରିବାରେ ସାମିଲ ଥିବା ନେଇ ପୋଲିସ୍ ସନ୍ଦେହ କରୁଛି । ଅଭିନେତ୍ରୀ ଶନାୟାଙ୍କ ସହ ଏହି ହତ୍ୟାରେ ଆଉ ଚାରି ଜଣ ସାମିଲ ଥିବା ନେଇ ହୁବଲି ପୋଲିସ କହିଛି । ପୋଲିସ କହିବା ଅନୁସାରେ ଅଭିନେତ୍ରୀ ଶନାୟା କାଟୱେଙ୍କ ଭାଇ ରାକେଶ କାଟୱେଙ୍କ କଟା ହୋଇଥିବା ମୁଣ୍ଡ ଦେୱରାଗୁଡିହଲ ଜଙ୍ଗଲରୁ ମିଳିଥିବା ବେଳେ ତାଙ୍କ ଶରୀରର ବାକି ଅଙ୍ଗ ସବୁ ହୁବଲି ଏବଂ ଗଦଗ ରୋଡ଼ ନିକଟରୁ ମିଳିଥିଲା । ଏଥିରେ ସାମିଲ ଥିବା ବାକି ୪ ଜଣ ଅଭିଯୁକ୍ତଙ୍କୁ ଧରାୱାଡ଼ି ପୋଲିସ ଚିହ୍ନଟ କରିଛି । ଆରୋପିମାନେ ହେଲେ ନିଆଜ ଅହମଦ କଟିଗାର, ତୌସିଫ ଚନ୍ନାପୁର,ଅଲତାଫ ମୁଲ୍ଲା ଏବଂ ଅମନ୍ ଗିରାନିୱାଲେ ।

ମିଳିଥିବା ସୂଚନା ଅନୁସାରେ ଶନାୟାଙ୍କର ନିଆଜ ଅହମଦ କଟିଗାରଙ୍କ ସହିତ ପ୍ରେମ ସମ୍ପର୍କ ଥିଲା । ଯାହାକୁ ଶନାୟାଙ୍କ ଭାଇ ରାକେଶ ପସନ୍ଦ କରୁ ନଥିଲେ । ଏନେଇ ନିଆଜ ଅହମଦ ରାକେଶକୁ ମାରିବା ପାଇଁ ପ୍ଲାନ୍ କରିଥିଲେ । ଏହାପରେ ଏପ୍ରିଲ ୯ ରେ ରାକେଶଙ୍କୁ ତାଙ୍କ ଘରେ ହତ୍ୟା କରାଯାଇଥିଲା । ସେହି ସମୟରେ ଅଭିନେତ୍ରୀ ଶନାୟା ତାଙ୍କର ଆଗାମୀ ଫିଲ୍ମର ପ୍ରମୋଶନ୍ ପାଇଁ ହୁବଲି ଯାଇଥିଲା । ସେହିଠରେ ହି ଅଭିଯୁକ୍ତ ମୃତକଙ୍କର ତଣ୍ଟିଚିପି ହତ୍ୟା କରିଥିଲା । ମୃତ୍ୟୁର ଦୁଇ ଦିନ ପରେ ରାକେଶର ଶବକୁ ଟୁକୁଡା ଟୁକୁଡା କରି ସହରର ଅନେକ ସ୍ଥାନରେ ଫିଙ୍ଗି ଦେଇଥିଲେ । ଏମାମଲାରେ ପୋଲିସ୍ ଶନାୟାକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଏହି ପୁରା ଘଟଣାର ତଥ୍ୟ ପ୍ରେସ୍ କନଫ୍ରେନ୍ସ ମାଧ୍ୟମରେ ପୋଲିସ୍ ସୂଚନା ଦେବ ବୋଲି ଜଣାପଡିଛି ।

Get real time updates directly on you device, subscribe now.