fbpx

ବଢୁଥିବା ମାମଲା ଯୋଗୁଁ ରାଜ୍ୟର ଆଉ ୯ଟି ସହରରେ ଲାଗିଲା ନାଇଟ କର୍ଫ୍ୟୁ

ଅହମ୍ମଦାବାଦ,୨୭ ।୪: କରୋନା ସଂକ୍ରମଣ ଦ୍ରୁତ ଗତିରେ ବଢିବାରେ ଲାଗିଛି । ବଢୁଥିବା ମାମଲାକୁ ଦୃଷ୍ଟିରେ ରଖି ଗୁଜରାଟର ଆଉ ୯ଟି ସହରରେ ନାଇଟ୍ କର୍ଫୁ ଘୋଷଣା କରାଯାଇଛି । ଏବେ ୨୯ ଟି ସହରରେ ରାତି ୮ଟାରୁ ସକାଳ ୬ଟା ପର୍ଯ୍ୟନ୍ତ କର୍ଫ୍ୟୁ ଲାଗୁ ହେବ । ଏହାପୂର୍ବରୁ କେବଳ ୨୦ ଟି ସହରରେ ନାଇଟ୍ କର୍ଫ୍ୟୁ ଲାଗୁ ହେଉଥିଲା । କୁହାଯାଇଛି କି, ଏହି ୨୯ ଟି ସହରର ରେଷ୍ଟୁରାଣ୍ଟ ବନ୍ଦ ରହିବ । ସହରଗୁଡ଼ିକରେ ଜିମ୍‌, କ୍ଲବ୍‌, ସିନେମା ହଲ୍‌, ସପିଂ କମ୍ପେ୍ଲକ୍ସ, ସାଲୁନ୍ ସ୍ପା, ଏପିଏମସି ବନ୍ଦ ରହିବ ।

ତେବେ ସୋମବାର ଦିନ ଗୁଜୁରାଟରେ ୧୪,୩୪୦ ଟି ନୂଆ କରୋନା ମାମଲା ସାମ୍ନାକୁ ଆସିଥିଲା, ଫଳରେ ମୋଟ କେସ୍ ୫,୧୦,୩୭୩ କୁ ବୃଦ୍ଧି ପାଇଛି । ଏହା ସହ ଗତ ୨୪ ଘଣ୍ଟାରେ ୧୫୮ ରୋଗୀଙ୍କ ମୃତ୍ୟୁ ହୋଇଥିଲା । ବର୍ତ୍ତମାନ ସୁଦ୍ଧା ଏହି ମାରାତ୍ମକ ଭାଇରସରେ ପ୍ରାଣ ହରାଇଥିବା ଲୋକଙ୍କ ସଂଖ୍ୟା ୬,୪୮୬ କୁ ବୃଦ୍ଧି ପାଇଛି । ରାଜ୍ୟରେ ସୁସ୍ଥ ସଂଖ୍ୟା ୩,୮୨,୪୨୬ କୁ ବୃଦ୍ଧି ପାଇଥିବା ବେଳେ ୧,୨୧,୪୬୧ ରୋଗୀ ଏବେ ବି ଚିକିତ୍ସିତ ହେଉଛନ୍ତି ।

Get real time updates directly on you device, subscribe now.