fbpx

ଶବନମ୍ ଆତ୍ମହତ୍ୟା ଘଟଣାରେ ନୁଆ ଟ୍ୱିଷ୍ଟ: ଝଗଡା ନଥିଲା ଆତ୍ମହତ୍ୟାର କାରଣ!

ଭୁବନେଶ୍ୱର, ୨୭ା୪ (ଓଡିଶା ଭାସ୍କର) : ବାଲିଅନ୍ତା ରଙ୍ଗବଜାରସ୍ଥିତ ବିଜେଇଏମ୍ ସ୍କୁଲରେ କାର୍ଯ୍ୟରତ ଥିବା ଶିକ୍ଷୟତ୍ରୀ ଶବନମ୍ ବର୍ମାଙ୍କ ଆତ୍ମହତ୍ୟା ଘଟଣାରେ ଆଉ ଏକ ନୁଆ ଟ୍ୱିଷ୍ଟ ଆସିଛି । ନିଜ ଠାରୁ ସାନ ରୋହନଙ୍କ ପ୍ରେମରେ ପାଗଳ ହୋଇଯାଇଥିଲେ ଶବନମ୍ । ତେଣୁ ବିବାହ କରିବାକୁ ଏକ ପ୍ରକାର ଜିଦ୍ ରେ ଅଡି ବସିଥିଲେ । କିନ୍ତୁ ରୋହନ ବିବାହ କରିବାକୁ ଆଦୌ ରାଜି ନଥିଲେ । ଓଲଟି ସେ ଶବନମଙ୍କ ପ୍ରେମଠାରୁ ନିଜକୁ ଦୁରେଇ ରଖିବାକୁ ଚାହୁଁଥିଲେ । ତେବେ ଦୁହିଁଙ୍କ ପ୍ରେମ ଅନେକ ବର୍ଷର ହୋଇଥିବା ବେଳେ ମଝିରେ ମଝିରେ ସେମାନଙ୍କ ଅନେକ ଥର ଝଗଡା ହୋଇଥିବା କଥା ମଧ୍ୟ ଜଣାପଡିଛି । ଏନେଇ ପୋଲିସ୍ ଏବେ ଖୋଳତାଡ ଆରମ୍ଭ କରିଛି । କଣ ଏହି କାରଣ ପୋଲିସ୍ କୁ ଉପଯୁକ୍ତ ରହସ୍ୟ ପାଖରେ ପହଞ୍ଚାଇବ ବୋଲି ଏବେ ପ୍ରଶ୍ନ ଉଠିବାରେ ଲାଗିଛି ।

ସୁଚନାଯୋଗ୍ୟ, ରବିବାର ପୁରୁଷ ବନ୍ଧୁ ରୋହନଙ୍କୁ ଶବନମ୍ ଆତ୍ମହତ୍ୟା ଘଟଣାରେ ଥାନାରେ ଅଟକ ରଖି ପଚରାଉଚରା କରିଥିଲା ପୋଲିସ୍ । ହେଲେ ସେଭଳି କିଛି ଠୋସ୍ ପ୍ରମାଣ ପୋଲିସ୍ ହାତରେ ଲାଗିନଥିଲା । ହେଲେ ଗୋଟିଏ କଥା ପୋଲିସ୍ କୁ ଜଣାପଡିଥିଲା ଯେ, ରୋହନ, ଶବନମ୍ ଠାରୁ ଦୁରେଇ ଯିବାକୁ ଚାହୁଁଥିଲା । କିନ୍ତୁ ଶବନମ୍ ବାରମ୍ବାର ତା ଉପରେ ଚାପ ପକାଉଥିଲେ । ରୋହନଙ୍କ ପ୍ରେମରେ ପୁରା ପାଗଳୀ ହୋଇଯାଇଥିଲେ ଶବନମ୍ । ତେଣୁ ଦୁହିଁଙ୍କ ମଧ୍ୟରେ ବିବାହ କଥାକୁ ନେଇ ଅନେକ ଥର ଝଗଡା ହୋଇଥିବା ବେଳେ ରୋହନ ଏହି କଥାକୁ ନିଜ ପରିବାର ଲୋକଙ୍କୁ ନ କହି ସମୟ ଗଡାଇ ଚାଲିଥିଲେ ବୋଲି ସୁଚନା ମିଳିଛି ।

ତେବେ ଖାଲି ଏବେ ନୁହେଁ ଆଗରୁ ମଧ୍ୟ ଦୁଇ ଦୁଇ ଥର ଆତ୍ମହତ୍ୟା କରିବା ପାଇଁ ଚେଷ୍ଟା କରିଥିଲେ ଶବନମ୍ । ହେଲେ ଏହାର କାରଣ ରୋହନ ନଥିଲେ ବରଂ ଥିଲା ପାରିବାରିକ ସମସ୍ୟା । ରୋହନ ଯେତେବେଳେ କୋରାପୁଟ ସୁନାବେଢ଼ାସ୍ଥିତ ଭିଏସ୍ ବିଦ୍ୟାଳୟରେ ପଢ଼ୁଥିଲେ । ସେତେବେଳୁ ହିଁ ଦୁହେଁ ଦୁଇଜଣଙ୍କୁ ଜାଣିଥିଲେ । ଆଉ ସେବେଠାରୁ ହିଁ ରୋହନଙ୍କୁ ପସନ୍ଦ କରିବା ଆରମ୍ଭ କରିଥିଲେ ଶବନମ୍ । ଏମିତିକି ତାଙ୍କୁ ଦୁଇ ଦୁଇ ଥର ପ୍ରେମ ନିବେଦନ ମଧ୍ୟ କରିଥିଲେ । ହେଲେ ଏହି ନିବେଦନକୁ ଗ୍ରହଣ କରିନଥିଲେ ରୋହନ ଏବଂ ତାଙ୍କୁ ବୁଝାଇଥିଲେ ଯେ, ତାଙ୍କ ଘରେ ଆମ ସମ୍ପର୍କକୁ ମାନିବେନି କି ଏଭଳି ଛାତ୍ର-ଶିକ୍ଷକ ସମ୍ପର୍କ ଭଲ ନୁହେଁ । କିନ୍ତୁ ଶବନମ୍ ନିଜ ଜିଦରେ ଅଟଳ ଥିଲେ । କିନ୍ତୁ ପ୍ରେମକୁ ନେଇ ସେ ଏପରି ସତକୁୁ ସତ ନିଜ ଜୀବନ ହାରିବା ଭଳି କଠୋର ନିଷ୍ପତି ନେଇ ନଥିବେ ବୋଲି ରୋହନ ପୋଲିସ୍ ସାମନାରେ ବୟାନ ଦେଇଛି । ଅପରପକ୍ଷରେ ପୋଲିସ୍ ଏହା ମଧ୍ୟ ଆଶଙ୍କା କରୁଛି ଯେ, ହୁଏତ ରୋହନ ନିଜକୁ ପୋଲିସ୍ ଠାରୁ ବଞ୍ଚାଇବା ପାଇଁ ଏପରି ମନଗଢ଼ା କାହାଣୀ କହୁଥାଇପାରେ । କାରଣ ଆତ୍ମହତ୍ୟା ଦିନ ଦୁହିଁଙ୍କ ମଧ୍ୟରେ ଝଗଡା ହୋଇଥିଲା ଏବଂ ଶବନମ୍ ତାଙ୍କୁ ବିବାହ ପାଇଁ ବାଧ୍ୟ କରୁଥିଲେ ବୋଲି ରୋହନ ମାନିଛି ।

ବତ୍ତର୍ମାନ ପୋଲିସ୍ ସବୁ ଦିଗକୁ କେନ୍ଦ୍ର କରି ଯାଞ୍ଚ କରୁଛି । ଏବେ ରୋହନଙ୍କ ଫୋନ୍ ଲୋକେସନ୍ ଯାଞ୍ଚ କରାଯାଉଥିବା ବେଳେ ଆତ୍ମହତ୍ୟା ଦିନ ସେ କେଉଁଠି ଥିଲେ ତାହା ଜଣାପଡିବ । ତେବେ ଶବନମ୍ ଙ୍କ ପରିବାର ଲୋକ ମଧ୍ୟ ଏସମ୍ପର୍କରେ କିଛି ସଙ୍ଗୀନ ଅଭିଯୋଗ ଏଯାବତ୍ କରିନାହାନ୍ତି ।

Get real time updates directly on you device, subscribe now.