fbpx
BSKY
BJD MC SKY
BJD YOUTH SKY

କରୋନା ରୋଗୀଙ୍କ ଚିକିତ୍ସା ନେଇ ରାଜ୍ୟ ସରକାର ଜାରି କଲେ ନୂଆ ଗାଇଡଲାଇନ୍

ଡେରାଡୁନ, ୨୭ା୪: ଗୋଟିଏ ପଟେ ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଇ ଚାଲିଥିବା ବେଳେ ଅନ୍ୟପଟେ ରୋଗୀମାନେ ଚିକିତ୍ସା ନ ପାଇ ମୃତ୍ୟୁବରଣ କରୁଛନ୍ତି । ଏଥିପାଇଁ ଉତ୍ତରାଖଣ୍ଡ ସରକାର ଏକ ନୂଆ ଏସଓପି ଜାରି କରିଛନ୍ତି । ସମସ୍ତ କୋଭିଡ୍ ସେଣ୍ଟର ଓ କୋଭିଡ୍ ହସ୍ପିଟାଲ ପାଇଁ ଏହି ନିୟମ ଲାଗୁ କରାଯାଇଛି । କୋଭିଡ ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ଏହି ପଦକ୍ଷେପ ନିଆଯାଇଛି । ସମସ୍ତ କୋଭିଡ ସେଣ୍ଟର, ହେଲଥ ସେଣ୍ଟର ଓ ହସ୍ପିଟାଲଗୁଡ଼ିକୁ ଏନେଇ ନିର୍ଦ୍ଦେଶ ଦିଆଯାଇଛି ।

ଡିଏମଙ୍କ ଦ୍ୱାରା ଜାରି ଏସଓପି ଅନୁଯାୟୀ, ଯେଉଁ ରୋଗୀଙ୍କ ଶରୀରର ତାପମାତ୍ରା ୯୯ ଡିଗ୍ରୀ ସେଲସିୟସ ଓ ଅକ୍ସିଜେନ ସ୍ତର ୯୫ ରହିଥିବ, ସେମାନଙ୍କୁ କୋଭିଡ କେୟାର ସେଣ୍ଟରରେ ଭର୍ତ୍ତି କରାଯିବ । ଏହାଛଡ଼ା ୧୦ ବର୍ଷରୁ କମ ଶିଶୁ, ଗର୍ଭବତୀ ମହିଳା ଓ ଗମ୍ଭୀର ରୋଗଗ୍ରସ୍ତ ବ୍ୟକ୍ତିଙ୍କୁ ସେଣ୍ଟରକୁ ଯିବା ପାଇଁ ଅନୁମତି ଦିଆଯିବ ନାହିଁ ବୋଲି ଏସଓପିରେ ଉଲ୍ଲେଖ କରାଯାଇଛି ।

Get real time updates directly on you device, subscribe now.