fbpx

ଟପିଲା ସୀମା ! ଚଳନ୍ତା ସ୍କୁଟିରେ ଦମ୍ପତିଙ୍କ ଅଶ୍ଲୀଳ କାରନାମା, ଏବେ ପୋଲିସ ନେବ କ୍ଲାସ୍ ( Video)

ନୂଆଦିଲ୍ଲୀ: ସୋସିଆଲ୍ ମିଡିଆରେ ଭାଇରାଲ୍ ରିଲ୍ କିମ୍ବା ଭିଡିଓର କ୍ରେଜ୍ ଏତେ ମାତ୍ରାରେ ବୃଦ୍ଧି ପାଇଛି ଯେ ଲୋକମାନେ ସେମାନଙ୍କର ଦୈନନ୍ଦିନ ଜୀବନ କିମ୍ବା ବ୍ୟକ୍ତିଗତ ମୁହୂର୍ତ୍ତକୁ ଅପଲୋଡ୍ କରୁଛନ୍ତି । କେବଳ ଭାଇରାଲ ହେବା କିମ୍ବା ଲୋକଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ଏହା କରାଯାଉଛି । ଦମ୍ପତିଙ୍କର ଏପରି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଜଣେ ପୁଅ ସ୍କୁଟି ଚଳାଉଛି ଏବଂ ଗୋଟିଏ ଝିିଅ ତାଙ୍କ କୋଳରେ ବସିଛି ।

ଏହି ଭିଡିଓ ସୋସିଆଲ ମିଡିଆରେ @bandrabuzz ନାମକ ହ୍ୟାଣ୍ଡେଲ ସହିତ ଅପଲୋଡ୍ ହୋଇଛି । ୩ ହଜାରରୁ ଅଧିକ ଲୋକ ଏହାକୁ ଦେଖିଛନ୍ତି । ରାସ୍ତାରେ ଦ୍ରୁତ ଗତିରେ ଯାଉଥିବା ସ୍କୁଟିରେ ଏହି ଦମ୍ପତି ଉପଭୋଗ କରୁଥିବା ଦେଖିବାକୁ ମିଳିଛି । ୨୦୧୯ ରେ ମୁକ୍ତିଲାଭ କରିଥିବା ସନ୍ଦୀପ ବଙ୍ଗାଙ୍କ ଫିଲ୍ମ ‘କବୀର ସିଂ’ରିକ୍ରିଏଟ କରୁଥିବା ପରି ଲାଗୁଛି । ଏହି ସିନେମାରେ ସହିଦ କପୁର ଏବଂ କିଆରା ଆଡଭାନୀଙ୍କୁ ଚୁମ୍ବନ ଦେଉଥିବାର ନଜର ଆସିଥିଲେ ।

କୁହାଯାଉଛି ଯେ ଏହି ଭିଡିଓ ମୁମ୍ବାଇରେ ରେକର୍ଡ କରାଯାଇଛି । ଏହି ଭିଡିଓରେ ଏହି ଦମ୍ପତି ବାଇକ୍ ବଦଳରେ ସ୍କୁଟି ଚଳାଉଛନ୍ତି ଓ ପରସ୍ପରକୁ ଆଲିଙ୍ଗନ କରିଛନ୍ତି । ଭିଡିଓ ଭାଇରାଲ ହେବା ମାତ୍ରେ ପୋଲିସକୁ ସୂଚନା ଦିଆଯାଇଥିଲା । ଏହି ଦାୟିତ୍ୱହୀନ କାର୍ଯ୍ୟ ପାଇଁ ଅନେକ ଲୋକ ଦମ୍ପତିଙ୍କୁ ତାଗିଦ କରିଛନ୍ତି । ଏଥି ସହ ଟ୍ରାଫିକ ପୋଲିସକୁ ଏହି ଦମ୍ପତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରାଯାଇଛି ।

Get real time updates directly on you device, subscribe now.