fbpx
BSKY
BJD MC SKY
BJD YOUTH SKY

(video)କାହିଁକି ଏତେ ବ୍ୟସ୍ତ! ମାଡି ଆସିଲା ଟ୍ରେନ ଆଉ ଅଳ୍ପ ସମୟ ଭିତରେ ବ୍ୟକ୍ତିଙ୍କ ଉପରେ…ଦେଖନ୍ତୁ ଭିଡ଼ିଓ

ନୂଆଦିଲ୍ଲୀ: ଆପଣ ସୋସିଆଲ ଅନେକ ଭିଡ଼ିଓ ଦେଖିଥିବେ । ଏହା ଭିତରେ କିଛି ଭିଡ଼ିଓ ଅଛି ଯାହାକୁ ଦେଖିବା ପରେ ଆପଣଙ୍କ ଲୋମଟାଙ୍କୁରୀ ଉଠିବ । ଅନେକ ଥର ଆପଣ ଦେଖି ଥିବେ ଲୋକ ମାନେ ତାଙ୍କର ଅସାଵଧାନିକତା ପାଇଁ କିଭଳି ମୃତ୍ୟୁ ମୁଖରୁ ବଞ୍ଚନ୍ତି । ସେହିଭଳି ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଭାଇରଲ ହେଉଛି । ଯାହାକୁ ଦେଖିବାପରେ ଆପଣ ମଧ୍ୟ କହିବେ ଭାଗ୍ୟ ଭଲ ଥିଲା ଯାହା ପାଇଁ ମଣିଷ ବଞ୍ଚିଗଲା ।

ଭିଡିଓଟିରେ ଆପଣ ଦେଖିବେ କିଭଳି କିଛି ଲୋକ ଟ୍ରେନ ଲାଇନରେ ପାଖରେ ଛିଡା ହୋଇ ରହିଛନ୍ତି । ଯାହା ଲାଗୁଛି ଟ୍ରେନ ଆସିବ । ତେବେ ଏହି ସମୟରେ ଜଣେ ବ୍ୟକ୍ତି ବାଇକ ନେଇ ହଠାତ ଆସୁଥିବାର ଦେଖିବାକୁ ମିଳିଲା । ତେବେ ଏହି ସମୟରେ ମଧ୍ୟ ଦ୍ରୃତ ଗତିରେ ଟ୍ରେନ ଆସୁଥିବାର ଦେଖିବାକୁ ମିଳୁଛି । ଆଉ ବ୍ୟକ୍ତି ଜଣକ ଟ୍ରେନକୁ ଦେଖି ତାର ଗାଡି ଜୋର ନେବାକୁ ଚେଷ୍ଟା କରୁଛି କିନ୍ତୁ ଏଥିରେ ଅସଫଳ ହେଉଛି । ଯାହା ଦ୍ୱାରା ସେ ଗାଡିଟିକୁ ଟ୍ରେନ ଟ୍ରାକରେ ହିଁ ଛାଡି ପଳାଇ ଆସୁଛି । ବାସ ୨ସେକେଣ୍ଡ ଭିତରେ ଟ୍ରେନଟି ବାଇସ ସହିତ ଧକ୍କା ହେଉଥିବାର ଦେଖିବାକୁ ମିଳୁଛି ।

ତେବେ ଏହି ଘଟଣା ପ୍ରଥମ ନୁହେଁ । ଏହା ପୂର୍ବରୁ ମଧ୍ୟ ଏହି ଭଳି ଅନେକ ଘଟଣା ଆପଣ ସୋସିଆଲ ମିଡିଆରେ ଦେଖିଥିବେ । ତେବେ ଏହି ସବୁ ଭିଡିଓ ଲୋକ ମାନଙ୍କୁ ସଚେତନ କରିବା ପାଇଁ କରାଯାଏ । ଆଉ ଯେଉଁ ଲୋକମାନେ ବାହାଦୂରୀ ଦେଖାଇବା ପାଇଁ ଚାହାନ୍ତି ସେମାନଙ୍କୁ ଚେତେଇ ଦେବା ପାଇଁ ପୋଷ୍ଟ କରାଯାଇଥାଏ । କାରଣ ଟ୍ରେନ ଯିବା ସମୟରେ ଏଭଳି ତରବର ହେବାର ଆଦୌ କୌଣସି ଆବଶ୍ୟକତା ନାହିଁ । ଏହି କିଛି ସେକେଣ୍ଡର ପାଇଁ ଆପଣଙ୍କ ଜୀବନ ମଧ୍ୟ ଯାଇପାରେ ।

Get real time updates directly on you device, subscribe now.