fbpx
BJD SKY
BJD SKY

ଘରେ ଦେଖିବାକୁ ମିଳିଲା ୩ ଲାଞ୍ଜ ବାଲା ଝିଟିପିଟି , ଏହା କିପରି ସମ୍ଭବ ଓ ଶୁଭ କି ଅଶୁଭ ଆସନ୍ତୁ ଜାଣିବା

BJD

ନୂଆଦିଲ୍ଲୀ: ଝିଟିପିଟି ତ ସମସ୍ତେ ଦେଖିଥିବେ । କେବେ କାନ୍ଥ ଉପରେ ପୁଣି କେବେ କବାଟ ପଛରେ ଆଉ କେବେ ଠାକୁରଙ୍କ ଫଟୋ ତଳେ ଏମାନେ ଲୁଚି ରହିଥାନ୍ତି । କିନ୍ତୁ ୩ ଟି ଲାଞ୍ଜ ଥିବା ଝିଟିପିଟି ଆପଣ କେବେ ଦେଖିଛନ୍ତି କି? ନିଶ୍ଚୟ ନୁହେଁ । ଏହି ଦୂର୍ଲଭ ଝିଟିପିଟି ମଧ୍ୟପ୍ରଦେଶ ସାଗର ସହର ବାଘରାଜ ୱାର୍ଡର ପଣ୍ଡାପୁରାରେ ରହୁଥିବା ରାମଚରଣ ପଟେଲଙ୍କ ଘରେ ଦେଖିବାକୁ ମିଳିଛି । ରାମଚରଣଙ୍କ ନାତି କମଳେଶ ପଟେଲ ନିଜ ମୋବାଇଲ୍ରେ ଏହି ୩ ଲାଞ୍ଜ ବାଲା ଝିଟିପିଟିର ଭିଡିଓ ପ୍ରସ୍ତୁତ କରି ପ୍ରଥମେ ଘରଲୋକଙ୍କୁ ଦେଖାଇଥିଲା । ଧୀରେ ଧୀରେ ଏହା ସାରା ସହରରେ ବ୍ୟାପି ଯାଇଥିଲା । ଏବେ ଏହି ୩ ଲାଞ୍ଜ ବିଶିଷ୍ଟ ଝିଟିପିଟିର ଫଟୋ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି ।

ତେବେ ଏହି ଦୂର୍ଲଭ ଝିଟିପିଟି ବିଷୟରେ ଡା. ହରି ସିଂହ ଗୌର ବିଶ୍ୱବିଦ୍ୟାଳୟର କୀଟ ବୈଜ୍ଞାନିକ ପ୍ରଫେସର ବର୍ଷା ଶର୍ମା କହିଛନ୍ତି ଭାଇରାଲ୍ ଭିଡିଓରେ ଦେଖିବାକୁ ମିଳୁଥିବା ଏହି ଝିଟିପିଟି ଘରେ ଦେଖାଯାଉଥିବା କୌଣସି ବି ସାଧାରଣ ଝିଟିପିଟି ପରି । ଏହାକୁ ଜୁଲଜିକାଲ୍ ଭାଷାରେ ହେମିଡେକ୍ଟାଆଲସ୍ କୁହାଯାଏ । ଝିଟିପିଟି ଶରୀରରେ ଏକ ସ୍ୱତନ୍ତ୍ର ପ୍ରକ୍ରିୟା ସଂଘଠିିତ ହୋଇଥାଏ ଯେଉଁଥିରେ ତାର ଶରୀରର କୌଣସି ଅଂଶ କଟିଗଲେ ପୁନଃ ସେହି ଅଂଶ ନୂଆ ହୋଇ ସୃଷ୍ଟି ହୁଏ । ଏହାକୁ ରିଜେନେରେସନ କୁହାଯାଏ କିନ୍ତୁ ଏହି କେସ୍ ରେ ଏହାକୁ ଅଟୋଟୋମୀ କୁହାଯାଏ । ସେ କହିଛନ୍ତି ଯଦି କେହି ଶତ୍ରୁ ଝିଟିପିଟି ଉପରେ ଆକ୍ରମଣ କରିଥାଏ ତେବେ ସେ ଶରୀରର ସେହି ଅଂଶକୁ ଶରୀରରୁ ଅଲଗା କରି ଦେଇଥାଏ । ନିଜର ସୁରକ୍ଷା ଲାଗି କରାଯାଉଥିବା ଏପରି କାର୍ଯ୍ୟକୁ ମିମିକ୍ରୀ କୁହାଯାଏ କିନ୍ତୁ ଏହି କେସ୍ ରେ ଏହି ସ୍ଥାନରେ ଝିଟିପିଟି ଶରୀରର ଗୋଟିଏ ସ୍ଥାନରେ ୩ ଲାଞ୍ଜ ସୃଷ୍ଟି ହୋଇଯାଇଛି ।

ପ୍ରଫେସର ବର୍ଷା ଶର୍ମା କହିଛନ୍ତି ଯେଉଁ ଲୋକମାନଙ୍କ ଘରେ ଏପରି ଝିଟିପିଟି ଦେଖାଯାଆନ୍ତି ସେମାନେ ଚିନ୍ତାରେ ପଡିଯାଆନ୍ତି । ଏହାକୁ ବହୁ ଲୋକ ଧର୍ମ ସହ ମଧ୍ୟ ଯୋଡିଥାନ୍ତି । ଏହାକୁ ନେଇ ଲୋକଙ୍କ ମଧ୍ୟରେ ବହୁ ଭ୍ରମ ଧାରଣା ବି ସୃଷ୍ଟି ହୁଏ ।
ତେବେ ଝିଟିପିଟିର ଏହାର ଲାଞ୍ଜ କଟିଗଲା ପରେ ପୁନଶ୍ଚ ଲାଞ୍ଜ ସୃଷ୍ଟି କରିଥାଏ ବୋଲି ସମସ୍ତେ ଜାଣନ୍ତି । କିନ୍ତୁ ଏକା ସମୟରେ ଦୁଇଟି ଲାଞ୍ଜ ସୃଷ୍ଟି କରିବା ବି କ୍ୱଚିତ୍ ଦେଖିବାକୁ ମିଳିଥାଏ । ଏଠି କିନ୍ତୁ ଯେଉଁ ଘଟଣା ଦେଖିବାକୁ ମିଳିଛି ତାହା ଅତି ଦୂର୍ଲଭ । ପ୍ରଫେସର ଶର୍ମା କହିଛନ୍ତି ସେ କିଛି ପୁସ୍ତକରେ ଏହି ୩ ଲାଞ୍ଜ ଥିବା ଝିଟିପିଟି ବିଷୟରେ ପଢିଛନ୍ତି । ଏହା ବହୁତ ଶୁଭ ବୋଲି ମଧ୍ୟ ସେ କହିଛନ୍ତି ।

Get real time updates directly on you device, subscribe now.