fbpx
BJD SKY
BJD SKY

ପୁଣି ଚାଲିଲା କିଙ୍ଗ୍‌ କୋହଲି ରାଜ୍: ୨୦୧୯ ପରେ ପ୍ରଥମ ଥର ପାଇଁ ୧୦୦୦ ରନ୍ ମାର୍କ ପାର କଲେ

BJD

ନୂଆଦିଲ୍ଲୀ: ଭାରତୀୟ ତାରକା ବ୍ୟାଟ୍ସମ୍ୟାନ୍ ବିରାଟ କୋହଲି ତାଙ୍କର ପୁରୁଣା ଫର୍ମକୁ ଫେରିଛନ୍ତି । ଏସିଆ କପ୍‌ ପରଠାରୁ ବିରାଟଙ୍କ ବ୍ୟାଟ୍‌ରୁ ରନ୍‌ର ବର୍ଷା ହେଉଛି । ଯାହା ଭାରତୀୟ ଟିମ୍ ପାଇଁ ଖୁସି ଖବର ଆଣି ଦେଇଛି । ଚାଲିଥିବା ଟି-୨୦ ବିଶ୍ୱକପ୍‌ରେ ପାକିସ୍ତାନ ବିପକ୍ଷ ମ୍ୟାଚ୍‌ରେ ବିରାଟ କୋହଲି ତାଙ୍କ ଖେଳ ଜୀବନର ଶ୍ରେଷ୍ଠ ଇନିଂସ ଖେଳି ଭାରତକୁ ବିଜୟୀ କରିଥିଲେ । ଏହାପରେ ବିରାଟ୍‌ଙ୍କ ଫର୍ମକୁ ନେଇ ସବୁଆଡ଼େ ଚର୍ଚ୍ଚା ଲାଗି ରହିଛି । ଆଜି ନେଦରଲ୍ୟାଣ୍ଡସ୍ ବିପକ୍ଷରେ ୪୪ ବଲ୍‌ରୁ ୬୨ ରନ୍ ସହି ବିରାଟ କୋହଲି ଆଉ ଏକ ରେକର୍ଡ ନିଜ ନାଁରେ ସାମିଲ କରିଛନ୍ତି ।

ଆଇସିସିର କ୍ୟାଲେଣ୍ଡର ବର୍ଷ ୨୦୧୯ ପରେ ପ୍ରଥମ ଥର ପାଇଁ ଚଳିତ ବର୍ଷ ଏକ ହଜାର ରନ୍ ମାର୍କ ଅତିକ୍ରମ କରିଛନ୍ତି । ୨୦୧୯ ପରଠାରୁ ଖରାପ ଫର୍ମ ସହିତ ସଂଘର୍ଷ କରିବା ସହିତ ବିରାଟ କୋହଲି ଗୋଟିଏ ହେଲେ ଶତକ ମଧ୍ୟ ହାସଲ କରି ପାରି ନଥିଲେ । ଏପରିକି ୨୦୨୦ ଏବଂ ୨୦୨୧ରେ ସମସ୍ତ ଫର୍ମାଟ୍ ମିଶାଇ ଏକ ହଜାର ରନ୍ ମଧ୍ୟ ସଂଗ୍ରହ କରି ପାରି ନଥିଲେ । ୨୦୨୦ରେ ୨୪ ପାଳିରେ ୩୬.୬୦ ହାରରେ ୮୪୨ ରନ୍ ଏବଂ ୨୦୨୧ରେ ବ୍ୟାଟିଂରେ ସାମାନ୍ୟ ସୁଧାର ଆସିବା ସହିତ ୨୪ ମ୍ୟାଚ୍‌ରେ ଖେଳି ୩୦ ପାଳିରେ ୩୭.୦୭ ହାରରେ ୯୬୪ ରନ୍ କରିଥିଲେ । ଏହି ସମୟ ମଧ୍ୟରେ ସେ ସର୍ବାଧିକ ୮୦ ରନ୍ ସ୍କୋର୍ ସହିତ୧୦ଟି ଅର୍ଦ୍ଧଶତକ ହାସଲ କରିଥିଲେ ।

ତେବେ ଚଳିତ ବର୍ଷ ଏକ ମାସର ବ୍ରେକ୍ ପରେ ଏସିଆ କପ୍‌ରେ ସେ ଦଳକୁ ପ୍ରତ୍ୟାବର୍ତ୍ତନ କରିବା ସହ ସେବେଠୁ ସେ ଦମାକଦାର ଫର୍ମରେ ଅଛନ୍ତି । ହଜାରରୁ ଅଧିକ ଅପେକ୍ଷା ପରେ ସେ ତାଙ୍କର ୭୧ ତମ ଶତକ ହାସକ କରିପାିଥିଲେ । ଏହା ସହିତ ସେ ଟୁର୍ଣ୍ଣାମେଣ୍ଟର ସର୍ବାଧିକ ରନ୍ ସଂଗ୍ରହ କରିଥିବା ଖେଳାଳି ହୋଇଥିଲେ । ତେବେ ବର୍ତ୍ତମାନ ଚାଲୁଥିବା ଟି-୨୦ ବିଶ୍ୱକପ୍‌ରେ ବିରାଟ କୋହଲି ପାକିସ୍ତାନ ବିପକ୍ଷରେ ୮୨ ରନ୍ ଏବଂ ଆଜି ନେଦରଲ୍ୟାଣ୍ଡସ୍ ବିପକ୍ଷରେ ୬୪ ରନ୍ କରି ଓଭୟ ମ୍ୟାଚ୍‌ରେ ଅପରାଜିତ ରହିଥିଲେ । ବିରାଟ ଫର୍ମକୁ ଫେରିବା ପରେ ଶେଷ ୧୨ ମ୍ୟାଚ୍‌ରେ ସେ ୭୮.୨୮ ହାରରେ ୫୪୮ରନ୍ ସଂଗ୍ରହ କରି ସାରିଲେଣି ।

Get real time updates directly on you device, subscribe now.