fbpx
BJD SKY
BJD SKY

ବିଶ୍ୱକପରେ ପାକିସ୍ତାନକୁ ୧ ରନରେ ମାତ ଦେଲା ଜିମ୍ବାୱେ: ସେମିରେ ସ୍ଥାନ ପାଇବାକୁ କରୁଛି ସଂଘର୍ଷ

BJD

ନୂଆଦିଲ୍ଲୀ: ଚଳିତ ଟି-୨୦ ବିଶ୍ୱକପରେ ପାକିସ୍ତାନର ସଂଘର୍ଷର କାହାଣୀ ଜାରି ରହିଛି । ଭାରତ ପରେ ଏବେ ଜିମ୍ବାୱେ ମଧ୍ୟ ପାକିସ୍ତାନକୁ ପରାସ୍ତ କରିଛି । ରୋମାଞ୍ଚକର ମ୍ୟାଚରେ ମାତ୍ର ୧ ରନରେ ଏକ ବିଜୟୀ ହୋଇଛି ଜିମ୍ବାୱେ । ପାକିସ୍ତାନ ପକ୍ଷରୁ ସାନ ମାସୁଦ ଏକା ଲଢିବାକୁ ଚେଷ୍ଟା କରୁଥିଲେ ହେଁ ସଫଳତା ପାଇପାରି ନଥିଲେ । ଫଳରେ ଏହି ମ୍ୟାଚକୁ ବିଜୟୀ ହେବାରେ ମାତ୍ର ୧ ରନ ଦୂରରେ ଅଟକି ଯାଇଛି ପାକିସ୍ତାନ । ଫଳରେ ବିଶ୍ୱକପରେ ଲଗାତାର ଦ୍ୱିତୀୟ ପରାଜୟର ସାମନା କରିଛି ବାବର ସେନା ।

ପ୍ରଥମେ ବ୍ୟାଟିଂ କରି ପାକିସ୍ତାନ ସାମନାରେ ୧୩୦ ରନର ଲକ୍ଷ୍ୟ ରଖିଥିଲା ଜିମ୍ବାୱେ । ପାକିସ୍ତାନର ବ୍ୟାଟିଂ ଅର୍ଡରକୁ ଦେଖି ଦଳ ଏହି ଟାର୍ଗେଟ ଖୁବ ସହଜରେ ହାସଲ କରି ନେବ ବୋଲି ମନେ ହେଉଥିଲା । କିନ୍ତୁ ବଦଳିଗଲା ସମ୍ପୂର୍ଣ୍ଣ ଘଟଣା । ପୁଣିଥରେ ପାକିସ୍ତାନର ଟପ ଅର୍ଡର ମହମ୍ମଦ ରିଜୱାନ ଏବଂ ବାବର ଆଜମ ଫେଲ ମାରିଛନ୍ତି । ଭାରତ ପରେ ଏବେ ପାକିସ୍ତାନର ବ୍ୟାଟିଂ ଡିପାର୍ଟମେଣ୍ଟ ଉପରେ ଭାରୀ ପଡିଛନ୍ତି ଜିମ୍ବାୱେର ବୋଲର । ପାକିସ୍ତାନ ପକ୍ଷରୁ ସାନ ମାସୁଦ ଏକମାତ୍ର ଖେଳାଳି ଭାବେ ଜିମ୍ବାୱେର ବୋଲରଙ୍କୁ ସାମନା କରିଥିଲେ । କିନ୍ତୁ ଅନ୍ୟ କୌଣସି ଖେଳାଳିଙ୍କ ପାଖରୁ ସେ ସହଯୋଗ ପାଇ ନଥିଲେ । ଯାହାଫଳରେ ୨୦ ଓଭରେ ୧୨୯ ରନ କରିବାରେ ସଫଳ ହୋଇଛି ପାକିସ୍ତାନ । ଲକ୍ଷ୍ୟର ଖୁବ ପାଖକୁ ଯାଇ ମଧ୍ୟ ବିଜୟରୁ ଦଳ ୧ ରନ ପଛରେ ରହି ଯାଇଛି ।

୩୮ ବଲରୁ ୪୪ ରନ କରି ସାନ ମାସୁଦ ଲଢେଇ ଜାରି ରଖିଥିଲେ । କିନ୍ତୁ ଦଳକୁ ବିଜୟୀ କରାଇବାରେ ଫେଲ ମାରିଥିଲେ ମାସୁଦ । ତେବେ ଜିମ୍ବାୱେ ଏହି ରୋମାଞ୍ଚକର ମ୍ୟାଚକୁ ମାତ୍ର ୧ ରନରେ ବିଜୟୀ ହୋଇଛି । ପାକିସ୍ତାନର ବ୍ୟାଟିଂ ଅର୍ଡରକୁ ଧ୍ୱଂସ କରିବା ପାଇଁ ୭ ଜଣ ବୋଲରଙ୍କୁ ଆଟାକରେ ଲଗାଇଥିଲେ ଜିମ୍ବାୱେର ଅଧିନାୟକ କ୍ରେଗ ଏରଭିନ । ଯାହା ସଫଳ ହୋଇଛି ଏବଂ ପାକିସ୍ତାନକୁ ୧ ରନରେ ହରାଇଛି ଜିମ୍ବାୱେ । ତେବେ ଏହି ପରାଜୟ ସହିତ ପାକିସ୍ତାନର ସେମିଫାଇନାଲ ଆଶା ମଧ୍ୟ ଆଉ ଟିକିଏ ମଉଳି ଯାଇଛି ।

Get real time updates directly on you device, subscribe now.