fbpx

କୋହଲିଙ୍କ ଅଲୋଡ଼ା ରେକର୍ଡ; କ୍ୟାରିୟରର ୫ମ ଗୋଲ୍ଡେନ୍ ଡକ୍

ନୂଆଦିଲ୍ଲୀ: ଭାରତୀୟ ଅଧିନାୟକ ବିରାଟ କୋହଲି ନିଜ କ୍ୟାରିୟରରେ ଆଉ ଏକ ଅଲୋଡା ରେକର୍ଡ କରିଛନ୍ତି । କ୍ୟାରିୟରର ପଞ୍ଚମ ଗୋଲ୍ଡେନ୍ ଡକ୍ ହାସଲ କରିଛନ୍ତି କୋହଲି । ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟରେ କୋହଲି ଖେଳୁଥିବା ପ୍ରଥମ ବଲରେ ଆଉଟ ହୋଇଛନ୍ତି । ଏହା ସହିତ ଅଧିନାୟକ ଭାବରେ ଏହା ତାଙ୍କର ତୃତୀୟ ଗୋଲ୍ଡେନ ଡକ୍ । ଏହା ପୂର୍ବରୁ କପିଳ ଦେବ, ଲାଲା ଅମରନାଥ ଏବଂ ସୌରଭ ଗାଙ୍ଗୁଲିଙ୍କ ନାମରେ ଦୁଇଟି ଲେଖାଏଁ ଗୋଲ୍ଡେନ୍ ଡକ୍ ରହିଛି ।

ପ୍ରଥମ ଦିନରେ ଇଂଲଣ୍ଡ ମାତ୍ର ୧୮୩ ରନରେ ଅଲଆଉଟ ହୋଇଥିବା ବେଳେ ଭାରତ ଦ୍ୱିତୀୟ ଦିନରେ ୧୨୫ ରନରେ ୪ ୱିକେଟ ହରାଇଛି । ପ୍ରଥମ ୱିକେଟରେ ରୋହିତ ଶର୍ମା(୩୬) ଓ କେ ଏଲ୍ ରାହୁଲ(୫୭) ୯୭ ରନ୍ ଯୋଡିଥିଲେ । ତେବେ ପରବର୍ତ୍ତୀ ୨୮ ରନରେ ଦଳ ୪ଟି ୱିକେଟ ହରାଇଛି । କୋହଲି ଖାତା ଖୋଲିବାକୁ ସକ୍ଷମ ହୋଇ ନଥିବା ବେଳେ ଆଜିଙ୍କ୍ୟ ରାହାଣେ(୫) ଓ ପୂଜାରା(୪) ମଧ୍ୟ ବିଫଳ ହୋଇଥିଲେ । ବର୍ଷା ହୋଇ ଖେଳ ବନ୍ଦ ହେବା ବେଳକୁ ରାହୁଲ ୫୭ ରନରେ ବ୍ୟାଟିଂ କରୁଛନ୍ତି । ରାହୁଲ ୧୪୮ ବଲ ଖେଳି ୯ ଚୌକା ସହିତ ୫୭ ରନ୍ କରିଛନ୍ତି । ଇଂଲଣ୍ଡ ପକ୍ଷରୁ ଜେମସ ଆଣ୍ଡରସନ ଦୁଇଟି ଓ ଓଲି ରବିନସନ୍ ଗୋଟିଏ ୱିକେଟ ଅକ୍ତିଆର କରିଛନ୍ତି ।

Get real time updates directly on you device, subscribe now.