fbpx
BSKY
BJD SHG SKY
BJD YOUTH SKY

Ind vs Aus ବିରାଟ ଐତିହାସିକ ଟେଷ୍ଟ ଶତକ: ୩ ବର୍ଷର ଅପେକ୍ଷାର ଅନ୍ତ ଘଟାଇଲେ କିଙ୍ଗ କୋହଲି

ଅହମ୍ମଦାବାଦ: ଟିମ ଇଣ୍ଡିଆର ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲି ହାସଲ କରିଛନ୍ତି ନିଜର ୨୮ ତମ ଟେଷ୍ଟ ଶତକ । ଏହା ସହିତ ୩ ବର୍ଷର ଅପେକ୍ଷାରେ ଅନ୍ତ ଘଟାଇଛନ୍ତି ବିରାଟ କୋହଲି । ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ପୁଣିଥରେ ଗର୍ଜିଛି ବିରାଟଙ୍କ ବ୍ୟାଟ୍ । ଦଳର ଷ୍ଟାର ଓପନର ବିରାଟ ଶୁଭମନ ଗିଲଙ୍କ ପରେ ଏକ ଐତିହାସକ ଶତକ ହାସଲ କରିଛନ୍ତି କିଙ୍ଗ କୋହଲି । ଚତୁର୍ଥ ଟେଷ୍ଟରେ ଭାରତର ସ୍ଥିତିକୁ ମଜବୁତ କରିବା ପାଇଁ ସେ ଏକ ଧମାକାଦାର ଇନିଂସ ଖେଳିଛନ୍ତି । ୨୦୧୯ ମସିହା ପରେ କୋହଲିଙ୍କର ଏହା ପ୍ରଥମ ଟେଷ୍ଟ ଶତକ ।

ତୃତୀୟ ଟେଷ୍ଟ ହାରିବା ପରେ ଅହମ୍ମଦାବାଦ ମ୍ୟାଚରେ ଏକ ବଡ ସଂକଟରେ ପଡିଥିଲା ଟିମ ଇଣ୍ଡିଆ । ପ୍ରଥମ ଇନିଂସରେ ଅଷ୍ଟ୍ରେଲିଆ ୪୮୦ ରନର ପିଛା କରି ଭାରତ ଏକ ମଜବୁତ ସ୍ଥିତିରେ ପହଞ୍ଚିଛି । ପ୍ରଥମେ ଦଳର ଯୁବ ଓପନର ଶୁଭମନ ଗିଲ ଦଳ ତରଫରୁ ଶତକ ହାସଲ କରିଥିବା ବେଳେ ଏବେ ବିରାଟଙ୍କ ବ୍ୟାଟରୁ ଏହି ଶତକ ଭାରତକୁ ପରାଜୟରୁ ଦୂରେଇ ଆଣିଛି । ତେବେ ବିରାଟ କୋହଲି ଦୀର୍ଘ ୩ ବର୍ଷ ପରେ ଏହି ଶତକ ହାସଲ କରିଛନ୍ତି । ଏହା କୋହଲିଙ୍କ କ୍ୟାରିୟରର ୨୮ତମ ଟେଷ୍ଟ ଶତକ । ତେବେ ଏହାପୂର୍ବରୁ ୨୦୧୯ ମସିହା ବାଂଲାଦେଶ ବିପକ୍ଷ ଟେଷ୍ଟରେ ସେ ନିଜର ଶେଷ ଶତକ ହାସଲ କରିଥିଲେ । ୨୪୧ ବଲ ଖେଳି ୭ଟି ଚୌକା ସହ କୋହଲି ଏହି ଐତିହାସିକ ଶତକ ଅର୍ଜନ କରିଛନ୍ତି ।

ତେବେ ଅନ୍ୟ ପକ୍ଷରେ ବିରାଟଙ୍କ ସାଥ ଦେଉଥିବା କେ.ଏସ ଭରତ ନିଜ ପ୍ରଥମ ଅର୍ଦ୍ଧଶତକରୁ ବଞ୍ଚିତ ହୋଇଛନ୍ତି । ବ୍ୟକ୍ତିଗତ ୪୪ ରନ କରି ଖେଳୁଥିବା ବେଳେ ନାଥ ଲାୟନଙ୍କ ଶିକାର ପାଲଟିଛନ୍ତି ଭରତ । ଏହି ପାଳିରେ ସେ ୨ଟି ଚୌକା ଏବଂ ୩ଟି ବିଶାଳ ଛକା ମାରିଛନ୍ତି । ତେବେ ବର୍ତ୍ତମାନ ବିରାଟଙ୍କ ସହ ଷ୍ଟାର ଅଲରାଉଣ୍ଡର ଅକ୍ସର ପଟେଲ ମଇଦାନରେ ଅଷ୍ଟ୍ରେଲିଆ ବୋଲିଂ ଆଟାକକୁ ସାମନା କରୁଛନ୍ତି । ଖବର ଲେଖା ହେବା ସୁଦ୍ଧା ଭାରତର ସ୍କୋର ୪୧୬-୫ ରହିଛି । ବିରାଟ କୋହଲି ୧୧୦ ଏବଂ ଅକ୍ସର ପଟେଲ ୧୧ ରନ କରି ଅପରାଜିତ ଅଛନ୍ତି ।

Get real time updates directly on you device, subscribe now.