fbpx

ଆଖି ବୁଜିଲେ ମାଧୁରୀ ଦିକ୍ଷିତଙ୍କ ମା’: ୯୧ ବର୍ଷ ବୟସରେ ନିଧନ

ମୁମ୍ବାଇ: ବଲିଉଡ ଜଗତର ସୁପରଷ୍ଟାର ହିରୋଇନ ମାଧୁରୀ ଦିକ୍ଷିତଙ୍କ ପରିବାର ବର୍ତ୍ତମାନ ବଡ ସମସ୍ୟା ଦେଇ ଗତି କରୁଛି । ଆଜି ସକାଳ ୮.୪୦ରେ ମାଧୁରୀଙ୍କ ମା’ ପ୍ରାଣ ହରାଇଛନ୍ତି । ଏହି ଘଟଣା ପରେ ମାଧୁରୀଙ୍କ ପରିବାରରେ ଶୋକର ଛାୟା ଖେଳିଯାଇଛି । ୯୧ ବର୍ଷ ବୟସରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି ମାଧୁରୀଙ୍କ ମା । ତେବେ ଆଜି ଅପରାହ୍ନରେ ମୁମ୍ବାଇରେ ହିଁ ହେବ ତାଙ୍କର ଅନ୍ତିମ ସଂସ୍କାର ।

Madhuri Dixit Nene | Actress Madhuri Dixit Nene's mother Snehlata Dixit  passed away, breathed her last at the age of 90 Pipa News | PiPa News

୯୧ ବର୍ଷ ବୟସରେ ମାଧୁରୀ ଦିକ୍ଷିତଙ୍କ ମା ସ୍ନେହଲତା ଦିକ୍ଷିତ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ସକାଳେ ତାଙ୍କର ନିଧନ ହୋଇଥିବା ବେଳେ ଆଜି ଅପରାହ୍ନରେ ୩.୪୦ରେ ମୁମ୍ବାଇର ବର୍ଲିରେ ତାଙ୍କର ଅନ୍ତିମ ସଂସ୍କାର କରାଯିବ । ତେବେ ମୃତ୍ୟୁର କାରଣ ଏପର୍ଯ୍ୟନ୍ତ କିଛି ଜଣାପଡି ନାହିଁ । ମା’ଙ୍କ ମୃତ୍ୟୁରେ ମାଧୁରୀଙ୍କ ପରିବାରରେ ଶୋକର ଚାୟା ଖେଳିଯାଇଛି । ଅନେକ ସମୟରେ ମାଧୁରୀ ତାଙ୍କ ମା’ଙ୍କ ସହ ଫଟୋ ସୋସିଆଲ ମିଡିଆରେ ଅପଲୋଡ କରିଥାନ୍ତି । ଗତ ଜୁନରେ ମା’ଙ୍କ ୯୦ତମ ଜନ୍ମଦିନ ପାଳନ କରୁଥିବାର ଫଟୋ ସେୟାର କରିଥିଲେ ମାଧୁରୀ ।

Get real time updates directly on you device, subscribe now.