fbpx

‘ODI ଏବଂ T20 ଫର୍ମାଟରୁ ଅନିର୍ଦ୍ଦିଷ୍ଟ ବ୍ରେକ ଦରକାର, ହେଲେ ରୋହିତ ଶର୍ମା..’ ବିସିସିଆଇକୁ କହିଲେ ବିରାଟ କୋହଲି

ନୂଆଦିଲ୍ଲୀ: ବିରାଟ କୋହଲିଙ୍କ ସହ ଜଡିତ ବଡ ଖବର ସାମ୍ନାକୁ ଆସିଛି। ମିଡିଆ ରିପୋର୍ଟ ଅନୁଯାୟୀ ବିରାଟ କୋହଲି ବିସିସିଆଇକୁ କହିଛନ୍ତି ଯେ, ସେ ODI ଏବଂ T20 ଫର୍ମାଟରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବିରତି ଚାହୁଁଛନ୍ତି। ଅର୍ଥାତ୍ ସେ ODI ଏବଂ T20 ଫର୍ମାଟରେ ଖେଳିବାକୁ ଚାହୁଁନାହାଁନ୍ତି। ତେବେ ODI ଏବଂ ଟି -୨୦ ଫର୍ମାଟ ବିଷୟରେ ଭାରତୀୟ ଦଳର ନିୟମିତ ଅଧିନାୟକ ରୋହିତ ଶର୍ମାଙ୍କ ଷ୍ଟାଣ୍ଡ କ’ଣ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।

ଇଣ୍ଡିଆନ୍ ଏକ୍ସପ୍ରେସ ଅନୁଯାୟୀ, ବିସିସିଆଇ ସୂତ୍ରରୁ ପ୍ରକାଶ ଯେ ବିରାଟ କୋହଲି ଟେଷ୍ଟ ଫର୍ମାଟ ଉପରେ ଧ୍ୟାନ ଦେବାକୁ ଚାହୁଁଛନ୍ତି। ଏହି କାରଣରୁ ସେ ODI ଏବଂ T20 ଫର୍ମାଟ୍ ଖେଳିବାକୁ ଚାହୁଁନାହାଁନ୍ତି। ଯଦି ମିଡିଆ ରିପୋର୍ଟକୁ ବିଶ୍ୱାସ କରାଯାଏ, ବିରାଟ କୋହଲି ବିସିସିଆଇକୁ କହିଛନ୍ତି ଯେ, ସେ ସୀମିତ ଓଭର ଫର୍ମାଟ ପାଇଁ ଉପଲବ୍ଧ ନୁହଁନ୍ତି। ଏଥିସହ ସେ କେତେ ଦିନ ଖେଳିବେ କି ନାହିଁ ସେ ସମ୍ପର୍କରେ କୌଣସି ସ୍ପଷ୍ଟତା ନାହିଁ। ଭାରତୀୟ ଦଳ ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ଟି ମ୍ୟାଚ୍ ବିଶିଷ୍ଟ ଟି -୨୦ ସିରିଜ୍ ଖେଳିବ, ବିରାଟ କୋହଲି ଏହି ସିରିଜ୍ ପାଇଁ ଉପଲବ୍ଧ ହେବେ ନାହିଁ। ଏହା ପରେ ଭାରତୀୟ ଦଳ ଆଫଗାନିସ୍ତାନ ବିପକ୍ଷରେ ଟି -୨୦ ସିରିଜ ଖେଳିବ।

ଏଥି ସହିତ ଭାରତୀୟ ଦଳର ନିୟମିତ ଅଧିନାୟକ ରୋହିତ ଶର୍ମା ODI ଏବଂ ଟି -୨୦ ଫର୍ମାଟରେ ଉପଲବ୍ଧ ହେବେ କି ନାହିଁ ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ। ପ୍ରାୟ ଏକ ବର୍ଷ ପୂର୍ବେ ରୋହିତ ଶର୍ମା ଏବଂ ବିରାଟ କୋହଲି ଟି -୨୦ ଫର୍ମାଟରେ ଭାରତ ପାଇଁ ଖେଳିଥିଲେ। ଉଭୟ ଖେଳାଳିଙ୍କୁ ଟି -୨୦ ବିଶ୍ୱକପ ୨୦୨୨ରେ ଦେଖିବାକୁ ମିଳିଥିଲା, କିନ୍ତୁ ସେବେଠାରୁ ଉଭୟ ଭାରତ ପାଇଁ ଟି -୨୦ ଫର୍ମାଟ ଖେଳିନଥିଲେ।

Get real time updates directly on you device, subscribe now.