ସନ୍ନ୍ୟାସ ଗୁଜବ ମଧ୍ୟରେ ଏମିତିଆ ଫଟୋ ସେୟାର କଲେ ବିରାଟ, ଫ୍ୟାନ୍ସଙ୍କୁ ମିଳିଗଲା ଉତ୍ତର
ଦିନିକିଆରୁ ସନ୍ନ୍ୟାସ ନେବେ କି ବିରାଟ, ଜାଣନ୍ତୁ ଡିଟେଲ୍ସ
ନୂଆଦିଲ୍ଲୀ: ଟି୨୦ ଏବଂ ଟେଷ୍ଟ କ୍ରିକେଟକୁ ଅଲବିଦା କହିସାରିଥିବା ଟିମ ଇଣ୍ଡିଆର ପୂର୍ବତନ କ୍ୟାପ୍ଟେନ ବିରାଟ କୋହଲି ବର୍ତ୍ତମାନ ଦିନିକିଆ ଫର୍ମାଟ ଉପରେ ଧ୍ୟାନ ଦେଇଛନ୍ତି।
ବାଂଲାଦେଶ ବିପକ୍ଷରେ ଅଗଷ୍ଟରେ ହେବାକୁ ଥିବା ଦିନିକିଆ ସିରିଜ ରଦ୍ଦ ହେବା ପରେ ବର୍ତ୍ତମାନ ବିରାଟଙ୍କର ଆଗାମୀ ବଡ଼ ଚ୍ୟାଲେଞ୍ଜ ଅକ୍ଟୋବରରେ ଅଷ୍ଟ୍ରେଲିଆ ବିରୋଧରେ ହେବାକୁ ଥିବା ସିରିଜ ରହିଛି।
ଏହି ସିରିଜ ତାଙ୍କ କ୍ୟାରିୟର ପାଇଁ ଖୁବ ଗୁରୁତ୍ୱପୂର୍ଣ୍ଣ, କାରଣ କ୍ରିକେଟ ଜଗତରେ ତାଙ୍କର ଦିନିକିଆ ଭବିଷ୍ୟତକୁ ନେଇ ଚର୍ଚ୍ଚା ଜୋର ଧରିଛି।
ବିରାଟଙ୍କ ପୋଷ୍ଟ: ବିରାଟ କୋହଲି ନିଜ ସୋସିଆଲ ମିଡିଆରେ ଇନଡୋର ନେଟ ପ୍ରକ୍ଟିସର ଏକ ଫଟୋ ସେୟାର କରିଛନ୍ତି। ଏଥିରେ ସେ ଗୁଜରାଟ ଟାଇଟନ୍ସର ଆସିଷ୍ଟାଣ୍ଟ କୋଚ ନଇମ ଅମୀନଙ୍କ ସହ ନଜର ଆସିଛନ୍ତି।ତାଙ୍କ ସହ ବିରାଟ ନିଜ ବ୍ୟାଟିଂ ପ୍ରାକ୍ଟିସ କରୁଥିବାର ଦେଖିବାକୁ ମିଳିଛି।
କୋହଲି ଏହି ପୋଷ୍ଟର କ୍ୟାପସନରେ ଲେଖିଛନ୍ତି ଯେ, ହିଟରେ ସାହାଯ୍ୟ କରିବା ଲାଗି ଧନ୍ୟବାଦ ଭାଇ। ତୁମକୁ ଦେଖି ସବୁବେଳେ ଭଲ ଲାଗିଥାଏ। କୋହଲିଙ୍କ ଏହି ପୋଷ୍ଟ ସ୍ପଷ୍ଟ କରିଛି ଯେ, ସେ ଆଗାମୀ ଚ୍ୟାଲେଞ୍ଜ ଲାଗି ସମ୍ପୂର୍ଣ୍ଣ ଫିଟ୍ ଏବଂ ପ୍ରସ୍ତୁତ।
ଫ୍ୟାନ୍ସଙ୍କୁ ମିଳିଲା ପ୍ରତ୍ୟାବର୍ତ୍ତନର ସଙ୍କେତ: କୋହଲିଙ୍କ ଏହି ପୋଷ୍ଟ ଜଣେ କ୍ରିକେଟ ଫ୍ୟାନ ପେଜ ମଧ୍ୟ ସେୟାର କରିଛି। ଏଥିରେ ସିଧାସଖଳ ଲେଖାଯାଇଛି ଯେ, ଅଷ୍ଟ୍ରେଲିଆ ଦିନିକିଆ ସିରିଜର ପ୍ରସ୍ତୁତି ଜାରି ରହିଛି।
ଖାସ କଥା ହେଉଛି, ଏହି ପୋଷ୍ଟକୁ ବିରାଟ ନିଜେ ଲାଇକ୍ କରିଛନ୍ତି। ଏଥିପାଇଁ ଫ୍ୟାନ୍ସଙ୍କ ମଧ୍ୟରେ ବିରାଟଙ୍କ ପ୍ରତ୍ୟାବର୍ତ୍ତନକୁ ନେଇ ଉତ୍ସାହ ଆହୁରି ବଢିଯାଇଛି।