fbpx
BJD SKY
BJD SKY

ମୁଁ ଦିନିକିଆ ଦାୟିତ୍ୱ ନେବାକୁ ଇଚ୍ଛୁକ ଥିଲି, ମାତ୍ର ଚୟନକର୍ତ୍ତା ନିଜର ନିଷ୍ପତ୍ତି ନେଲେ: ନିରବତା ଭାଙ୍ଗି ବିରାଟ କ’ଣ କହିଲେ ଜାଣନ୍ତୁ

BJD

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ଦୁଇ ଟପ୍ ବ୍ୟାଟ୍ସମ୍ୟାନ ବିରାଟ କୋହଲି ଓ ରୋହିତ ଶର୍ମାଙ୍କ ମଧ୍ୟରେ ଚାଲିଥିବା ଶୀତଳଯୁଦ୍ଧ ପଦାରେ ପଡ଼ିଛି । ପୂର୍ବରୁ ବିରାଟ ଟି-୨୦ ଅଧିନାୟକ ପଦରୁ ଓହରିବା ପରେ ରୋହିତଙ୍କୁ ଏହି ଦାୟିତ୍ୱ ଦିଆଯାଇଥିଲା । ତେବେ ଦକ୍ଷିଣ ଆଫ୍ରିକା ଗସ୍ତ ପୂର୍ବରୁ ରୋହିତଙ୍କୁ ଦିନିକିଆ ଦାୟିତ୍ୱ ଦିଆଯିବା ପରେ ବିବାଦ ଘନେଇଥିଲା । ଚୋଟ କାରଣରୁ ରୋହିତ ଟେଷ୍ଟ ସିରିଜରେ ବାହାର ହୋଇଯାଇଥିଲେ । ଏବେ ଦିନିକିଆ ଦାୟିତ୍ୱ ରୋହିତଙ୍କୁ ଦେବା ପରେ ବିରାଟ ଦିନିକିଆ ସିରିଜ ଖେଳିବେ ନାହିଁ ବୋଲି ଆଲୋଚନା ହୋଇଥିଲା । ତେବେ ଏନେଇ ଆଜି ବିରାଟ ପ୍ରେସ୍ କନଫରେନ୍ସ ମାଧ୍ୟମରେ ମୁହଁ ଖୋଲିଛନ୍ତି ।

ବିରାଟ କହିଛନ୍ତି ଯେ, ମୁଁ ଦକ୍ଷିଣ ଆଫ୍ରିକା ଦିନିକିଆ ସିରିଜ୍ ଖେଳିବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛି । ମୁଁ ଦିନିକିଆରେ ଦାୟିତ୍ୱ ବଜାୟ ରଖିବାକୁ ଚାହୁଁଥିଲି, ମାତ୍ର ଚୟନକର୍ତ୍ତା ନିଜର ନିଷ୍ପତ୍ତି ନେଇଥିଲେ । ମୋ ବିଷୟରେ ମିଡ଼ିଆରେ ଯାହା କିଛି ଚର୍ଚ୍ଚା ହେଉଛି ତାହା ସମ୍ପୂର୍ଣ୍ଣ ଭୁଲ୍ ଅଟେ । ଟେଷ୍ଟ ଟିମର ସିଲେକ୍ସନ ସମୟରେ ଚୟନକର୍ତ୍ତା ମୋତେ ଦିନିକିଆ ଅଧିନାୟକ ପଦରୁ ହଟାଇ ଦିଆଯାଇଥିବା ବିଷୟରେ କହିଥିଲେ । ଏହାପରେ ସେମାନଙ୍କ ସହ ମୋର ଆଉ କିଛି ଯୋଗଯୋଗ ହୋଇନାହିଁ । ମୁଁ ଯେତେବେଳେ ଟି-୨୦ରୁ କ୍ୟାପ୍ଟେନ ଦାୟିତ୍ୱ ଛାଡ଼ିଥିଲି, ସେଥିରେ କିଛି ଭୁଲ ନଥିବା ବିସିସିଆଇ ପକ୍ଷରୁ କୁହାଯାଇଥିଲା । ମୁଁ ଚୟନକର୍ତ୍ତାଙ୍କୁ କହିଥିଲି ଯେ, ମୁଁ ଏବେ ଦିନିକିଆ ଓ ଟେଷ୍ଟରେ ଅଧିନାୟକ ଦାୟିତ୍ୱ ସମ୍ଭାଳିବି । ଯଦି ଚୟନକର୍ତ୍ତାମାନେ କୌଣସି ନିଷ୍ପତ୍ତି ଗ୍ରହଣ କରିବେ, ତାହା ମୁଁ ମାନିବାକୁ ପ୍ରସ୍ତୁତ ଅଛି । ତେବେ ପରବର୍ତ୍ତୀ ସମୟରେ ଚୟନକର୍ତ୍ତା ଯେଉଁ ନିଷ୍ପତ୍ତି ନେଇଛନ୍ତି ତାହା ଆପଣମାନଙ୍କ ସମ୍ମୁଖରେ ।

Get real time updates directly on you device, subscribe now.