fbpx
BJD SKY
BJD SKY

(video)ନେଦରଲ୍ୟାଣ୍ଡ ବିରୁଦ୍ଧରେ ମ୍ୟାଚ୍ ପୂର୍ବରୁ ଭାରତୀୟ ଖେଳାଳୀ ମନାଇଲେ ଦୀପାବଳି, ବିସିସିଆଇ ସେୟାର କଲା ଭିଡିିଓ

BJD

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମ୍ ଆଜି ଅର୍ଥାତ୍ ଦିୱାଲି ଦିନରେ ନେଦରଲ୍ୟାଣ୍ଡ ବିରୁଦ୍ଧରେ ଆଇସିସି ବିଶ୍ୱକପ୍ ୨୦୨୩ର ଫାଇନାଲ ମ୍ୟାଚ୍ ଖେଳିବାକୁ ଯାଉଛି । ଏହି ମୁକାବିଲାର ଗୋଟିଏ ଦିନ ପୂର୍ବରୁ ଭାରତୀୟ ଖେଳାଳି ବଡ ଧୁମଧାମ୍‌ରେ ଦୀପାବଳି ପାଳନ କରିଛନ୍ତି । ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋଡ (ବିସିସିଆଇ) ସୋସିଆଲ ମିଡିଆରେ ଭିଡିଓ ଜାରି କରିଛି ଯେଉଁଥିରେ ଖେଳାଳି ଓ ସମର୍ଥକ ଷ୍ଟାଫ ବଡ ଧୁମଧାମ୍‌ରେ ଦୀପାବଳି ପାଳନ କରିବା ସହ ପରସ୍ପରକୁ ଶୁଭେଚ୍ଛା ଦେଉଥିବା ନଜର ଆସୁଛନ୍ତି ।

ୱିକେଟକିପର ଇଶାନ କିଷନ ସାଥୀ ଓପନର ଶୁବମନ ଗିଲ୍‌ଙ୍କ ସହ ମଜା କରୁଥିବାର ନଜର ଆସୁଛନ୍ତି । ବିସିସିଆଇ ପକ୍ଷରୁ ଜାରି ୧ମିନିଟ୍ ୨୩ ସେକେଣ୍ଡର ଏହି ଭିଡିଓରେ ବିରାଟ କୋହଲି ଓ ପତ୍ନୀ ଅନୁଷ୍କା ଶର୍ମା ଙ୍କ ସହ ନଜର ଆସୁଛନ୍ତି । ସେହିପରି ରୋହିତ ଶର୍ମା ପତ୍ନୀ ରିତିକା ଓ କନ୍ୟା ସମାୟରାଙ୍କ ସହ ନଜର ଆସୁଛନ୍ତି । ଅଲରାଉଣ୍ଡର ଶାର୍ଦ୍ଦୁଳ ଠାକୁର ପତ୍ନୀ ଓ ରବୀନ୍ଦ୍ର ଜାଡେଜା ମଧ୍ୟ ପତ୍ନୀ ରିବାବା ଜାଡେଜାଙ୍କ ସହ ଦିୱାଲି ପାର୍ଟି ଏନଜୟ କରୁଥିବା ନଜର ଆସୁଛନ୍ତି ।

ଟିମ୍ ଇଣ୍ଡିଆର ହେଡ୍ କୋଚ୍ ରାହୁଲ ଦ୍ରାବିଡ ମଧ୍ୟ ଟିମ୍ ଖେଳାଳୀଙ୍କ ସହ ପାର୍ଟିକୁ ବେଶ୍ ଏନଜୟ କରୁଛନ୍ତି । ସମସ୍ତ ଖେଳାଳୀ ପାରମ୍ପାରିକ ପରିଧାନ ଅର୍ଥାତ୍ କୁର୍ତ୍ତା ପାଇଜାମା ପିନ୍ଧିଥିବା ନଜର ଆସୁଛନ୍ତି । ଖେଳାଳୀମାନେ ପରସ୍ପର ସହ ଫଟୋ ଓ ସେଲଫି ନେଉଥିବାର ନଜର ଆସୁଛନ୍ତି ।

Get real time updates directly on you device, subscribe now.