fbpx

WTC Finalରେ ଅନେକ ରେକର୍ଡ ଭାଙ୍ଗିବେ କିଙ୍ଗ କୋହଲି! ଲେଖିପାରନ୍ତି ଇତିହାସ

ନୂଆଦିଲ୍ଲୀ: ଜୁନ୍ ୭ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଆଇସିସି ବିଶ୍ୱ ଟେଷ୍ଟ ଚମ୍ପିଆନସିପର ଫାଇନାଲ ମ୍ୟାଚ । ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ହେବାକୁ ଥିବା ଏହି ମ୍ୟାଚରେ ଅନେକ ରେକର୍ଡ ଭାଙ୍ଗିପାରନ୍ତି ଟିମ ଇଣ୍ଡିଆର ଷ୍ଟାର ପ୍ଲେୟର ବିରାଟ କୋହଲି । ଆଇପିଏଲରେ ତାଙ୍କର ଦମଦାର ଫର୍ମକୁ ସେ ଟେଷ୍ଟ ମ୍ୟାଚରେ ମଧ୍ୟ ଜାରି ରଖିବେ ବୋଲି ଆଶା କରାଯାଉଛି । ତେବେ ଏମିତି ହେଲେ ସଚିନ ତେନ୍ଦୁଲକର ଏବଂ ରିକି ପଣ୍ଟିଙ୍ଗଙ୍କ ଭଳି ଅନେକ ଖେଳାଳିଙ୍କ ରେକର୍ଡ ଭାଙ୍ଗିପାରନ୍ତି ବିରାଟ ।

We can't be taken lightly anymore': Virat Kohli explains how India's  successive Test series wins in Australia changed their rivalry | News9live

  • ଆଇସିସି ନକ୍ ଆଉଟ ମୁକାବିଲାଗଡିକରେ ସର୍ବାଧିକ ରନ୍ କରିବାରେ ରିକି ପଣ୍ଟିଙ୍ଗ ଶୀର୍ଷରେ ରହିଛନ୍ତି । ମୋଟ ୧୮ଟି ଇନିଂସରେ ସେ ୭୩୧ ରନ୍ କରି ଏହି ରେକର୍ଡ ନିଜ ନାମରେ କରିଛନ୍ତି । ତେବେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ୧୪ଟି ଇନିଂସରୁ ୬୫୮ ରନ୍ କରିଛନ୍ତି । ଏହି ଦୁଇ ଜଣଙ୍କ ପରେ ତୃତୀୟ ସ୍ଥାନରେ ରହିଛନ୍ତି କିଙ୍ଗ କୋହଲି । ଏହି ରେକର୍ଡରୁ ସେ ୧୧୨ ରନ୍ ଦୂରରେ ରହିଛନ୍ତି । ତେଣୁ ଫାଇନାଲ ମ୍ୟାଚରେ ୧୧୨ ରନ୍ କଲେ ସେ ଏହି ରେକର୍ଡର ଅଧିକାରୀ ହୋଇ ପାରିବେ । ଆଇସିସି ନକ୍ ଆଉଟ ମ୍ୟାଚରେ ସର୍ବାଧିକ ରନ୍ କରିବାରେ ସେ ପାଲଟି ଯିବେ ପ୍ରଥମ ବ୍ୟାଟ୍ସମ୍ୟାନ ।
  • ଅଷ୍ଟ୍ରେଲିଆ ବିପକ୍ଷରେ ଏବେ ପର୍ଯ୍ୟନ୍ତ ମୋଟ ୨୪ଟି ଟେଷ୍ଟ ମ୍ୟାଚ ଖେଳି ୧୯୭୯ ରନ କରିଛନ୍ତି ବିରାଟ । ଫାଇନାଲ ମ୍ୟାଚରେ ମାତ୍ର ୨୧ ରନ୍ କରିବା ମାତ୍ରେ ଅଷ୍ଟ୍ରେଲିଆ ବିପକ୍ଷରେ ୨୦୦୦ ରନ୍ ହାସଲ କରି ଆଉ ଏକ ରେକର୍ଡ କରିବେ କୋହଲି ।
  • ଏହାବ୍ୟତୀତ ଫାଇନାଲ ମ୍ୟାଚରେ ୫୫ ରନ୍ କଲେ ଅଷ୍ଟ୍ରେଲିଆ ବିପକ୍ଷରେ ୫୦୦୦ ଇଣ୍ଟରନେସନାଲ ରନ୍ କରିବାରେ ସେ ଦ୍ୱିତୀୟ ଖେଳାଳି ପାଲଟିଯିବେ । ଏହି ତାଲିକାର ପ୍ରଥମ ସ୍ଥାନରେ ରହିଛନ୍ତି ସଚିନ ତେନ୍ଦୁଲକର ।
  • ସେହିପରି ଟିମ ଇଣ୍ଡିଆର ଖେଳାଳି ଭାବରେ ଇଂଲଣ୍ଡରେ ସର୍ବାଧିକ ରନ୍ କରିବାର ରେକର୍ଡ ହେଡ କୋଚ୍ ରାହୁଲ ଦ୍ରାବିଡଙ୍କ ନାମରେ ରହିଛି । ୪୬ଟି ମ୍ୟାଚରୁ ସେ ମୋଟ ୨୬୪୬ ରନ୍ ହାସଲ କରିଛନ୍ତି । ତେବେ ଏହି ରେକର୍ଡରୁ ମାତ୍ର ୭୨ ରନ୍ ଦୂରରେ ରହିଛନ୍ତି ବିରାଟ କୋହଲି । ୫୬ ମ୍ୟାଚରୁ ଏବେ ପର୍ଯ୍ୟନ୍ତ ୨୫୭୪ ରନ୍ କରି ରେକର୍ଡ ରଚିବା ଦିଗରେ ଆଗେଇ ଚାଲିଛନ୍ତି ।

Get real time updates directly on you device, subscribe now.