fbpx

ମା’ ହେବାକୁ ଯାଉଛନ୍ତି ଅନୁଷ୍କା ଶର୍ମା, ବେବି ବମ୍ ସହ ଫଟୋ ଭାଇରଲ

ନୂଆଦିଲ୍ଲୀ,୨୭ ।୮: ଭାରତୀୟ କ୍ରିକେଟ ଟିମ୍ର ଅଧିନାୟକ ବା ସୁପରଷ୍ଟାର କ୍ରିକେଟର ବିରାଟ କୋହଲି ଖୁବଶୀଘ୍ର ବାପା ହେବାକୁ ଯାଉଛନ୍ତି । ଅନୁଷ୍କା ମା’ ହେବାକୁ ଯାଉଛନ୍ତି। ଏନେଇ ସୋଶାଲ ମିଡିଆରେ ଆଜି ଦମ୍ପତି ଘୋଷଣା କରିଛନ୍ତି । ଏହି ଫଟୋରେ ଅନୁଷ୍କାଙ୍କ ବେବି ବମ୍ ସହିତ ନଜର ଆସିଛନ୍ତି । ବିରାଟ କୋହଲି ଓ ଅନୁଷ୍କା ଶର୍ମାଙ୍କୁ ଇଣ୍ଡଷ୍ଟ୍ରିରେ ସବୁଠାରୁ ଶକ୍ତିଶାଳୀ ଦମ୍ପତ୍ତି କୁହାଯାଏ । ଉଭୟ ତାରକା ନିଜ ନିଜ କ୍ଷେତ୍ରରେ ସାନଦାର କାମ ଯୋଗୁଁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି ।

ଟ୍ୱିଟରରେ ଦୁହିଁଙ୍କର ଫଟୋ ସେୟାର କରି ବିରାଟ ଲେଖିଛନ୍ତି ଯେ, ଆମେ ଏବେ ତିନି ଜଣ ହୋଇଯିବୁ । ଆମର ପ୍ରଥମ ସନ୍ତାନ ଜାନୁଆରୀ ୨୦୨୧ରେ ଆସିବାକୁ ଯାଉଛି । ସୋଶାଲ ମିଡିଆରେ ଏହି ପୋଷ୍ଟ ପରେ ବିରାଟ ଓ ଅନୁଷ୍କାଙ୍କୁ ଚାରିଆଡୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି । ଘରେ ଛୋଟ କୋହଲି ଆସୁଛି ବଶେଲି ଅନେକ ୟୁଜର ଟ୍ୱୀଟ୍ କରିଛନ୍ତି ।

Get real time updates directly on you device, subscribe now.