fbpx

ଗମ୍ଭୀରଙ୍କ ସହ ଲଢେଇ ପରେ bcciକୁ ଚିଠି ଲେଖିଲେ ବିରାଟ: ବଡ ନିଷ୍ପତ୍ତି ନେଲେ କୋହଲି

ନୂଆଦିଲ୍ଲୀ: ଆଇପିଏଲରେ ବର୍ତ୍ତମାନ ବିରାଟ କୋହଲି ଏବଂ ଗୌତମ ଗମ୍ଭୀରଙ୍କ ଲଢେଇକୁ ନେଇ ଚର୍ଚ୍ଚା ଜୋର ଧରିଛି । ଉଭୟଙ୍କର ଏହି ବ୍ୟବହାର ଯୋଗୁଁ କୋହଲି ଏବଂ ଗମ୍ଭୀରଙ୍କ ମ୍ୟାଚ ଫି’ କାଟିବା ପାଇଁ ନିଷ୍ପତ୍ତି ନେଇଛି ବିସିସିଆଇ । ତେବେ ବର୍ତ୍ତମାନ ଏହି ବିବାଦକୁ ୫ ଦିନ ବିତି ଯାଇଥିବା ବେଳେ ଷ୍ଟାର ପ୍ଲେୟର ବିରାଟ କୋହଲି ନେଇଛନ୍ତି ଏକ ବଡ ନିଷ୍ପତ୍ତି । ଏହି ବିବାଦ ଏବଂ ଦଣ୍ଡକୁ ନେଇ ସେ ବିସିସିଆଇକୁ ଚିଠି ଲେଖିଛନ୍ତି । ଏହି ଚିଠି ଦ୍ୱାରା ବିସିସିଆଇ ନିକଟରେ ନିଜ ପାଇଁ ସୁପାରିଶ କରିଛନ୍ତି ବିରାଟ କୋହଲି ।

ସୂଚନା ଅନୁସାରେ, ଗମ୍ଭୀରଙ୍କ ସହ ବିବାଦ ପରେ ବିରାଟ କୋହଲିଙ୍କର ୧୦୦% ମ୍ୟାଚ ଫି’ କଟାଯାଇଥିଲା । ତେବେ ବିସିସିଆଇର ଏହି ନିଷ୍ପତ୍ତିକୁ ନେଇ ନିରାଶା ଦେଖାଇଛନ୍ତି ବିରାଟ । ସେ କହିଛନ୍ତି ଯେ ଏହି ବିବାଦରେ ତାଙ୍କର ଏମିତି କିଛି ଭୁଲ ନଥିଲା, ଯେଉଁଥିପାଇଁ ସମ୍ପୂର୍ଣ୍ଣ ମ୍ୟାଚ ଫି’ କଟା ଯାଇ ପାରିବ । ଚିଠିରେ ବିରାଟ ଲେଖିଛନ୍ତି, ମ୍ୟାଚରେ ନବୀନ-ଉଲ-ହକ୍ କିମ୍ବା ମେଣ୍ଟର ଗୌତମ ଗମ୍ଭୀରଙ୍କୁ ସେ କିଛି କହି ନଥିଲେ । ରିପୋର୍ଟ ଅନୁସାରେ ଆରସିବି ବୋଲର ମହମ୍ମଦ ସିରାଜଙ୍କ ବାଉନ୍ସର ପରେ ବାଉନ୍ସର ମାରି ନବୀନଙ୍କୁ କ୍ରୋଧିତ କରାଇଥିଲେ । ତେବେ ବିରାଟ ସିରାଜଙ୍କୁ କେବଳ ବାଉନ୍ସର ପକାଇବା ପାଇଁ କହିଥିଲେ ବାଲି ଚିଠିରେ ଲେଖିଛନ୍ତି ।

ତେବେ କୋହଲି କହିଛନ୍ତି ଯେ, ମୁଁ ଏମିତି ଭୁଲ କରିନାହିଁ, ଯାହାଦ୍ୱାରା ମୋ ଉପରେ ଏତେ ବଡ ଦଣ୍ଡ ମିଳିପାରିବ । କୋହଲିଙ୍କ ଉପରେ ଜରିମାନା ବାବଦକୁ ପ୍ରାୟ ୧.୨୫ କୋଟି ଟଙ୍କା ଦଣ୍ଡ କରିଛି ବିସିସିଆଇ । ତେବେ ଏହି ଟଙ୍କା ବିରାଟଙ୍କ ସାଲାରୀରୁ କଟିବ ନା ଫ୍ରାଞ୍ଚାଇଜି ଏହି ଟଙ୍କାପାଇଁ ଦାୟୀ ରହିବ ସେ ନେଇ ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ହୋଇ ପାରିନି । ତେବେ ବିରାଟ କୋହଲିଭ୍କର ଏହି ଚିଠି ପରେ ବିସିସିଆଇ କ’ଣ ନିଷ୍ପତ୍ତି ନେବ ତାହାକୁ ଅପେକ୍ଷା ।

Get real time updates directly on you device, subscribe now.