fbpx
BJD
BJD SKY
BJD SKY

ବିଶ୍ୱକପ୍ ୨୦୨୩କୁ ନେଇ ବୀରେନ୍ଦ୍ର ସେହୱାଗ କଲେ ଭବିଷ୍ୟବାଣୀ, କହିଲେ କୋହଲି ନୁହଁନ୍ତି ଏହି କ୍ରିକେଟର କରିବେ ରନ୍ ବର୍ଷା

ନୂଆଦିଲ୍ଲୀ: ଭାରତୀୟ ଟିମ୍ ର ପୂର୍ବତନ ସୁନାମଧନ୍ୟ ବ୍ୟାଟସମ୍ୟାନ ବୀରେନ୍ଦ୍ର ସେହୱାଗ ବିଶ୍ୱକପ୍ ୨୦୨୩କୁ ନେଇ ଏକ ବଡ ଭବିଷ୍ୟବାଣୀ କରିଛନ୍ତି । ବିଶ୍ୱକପ୍ ୨୦୨୩ରେ କେଉଁ ଖେଳାଳୀ ସବୁଠାରୁ ଅଧିକ ରନ୍ କରିବେ ସେ ବିଷୟରେ ସେହୱାଗ ସୂଚନା ଦେଇଛନ୍ତି । ସେହୱାଗ କହିଛନ୍ତି ସେ ଜଣେ ଭାରତୀୟ ହୋଇଥିବାରୁ ଏଥିପାଇଁ ସେ ଜଣେ ଭାରତୀୟ ଖେଳାଳୀଙ୍କ ନାମ ହିଁ ଚୟନ କରିବେ । କିନ୍ତୁ ସେ ଏଠାରେ ଭାରତୀୟ ଟିମ୍ ର ଷ୍ଟାର କ୍ରିକେଟର ବିରାଟ କୋହଲିଙ୍କ ନାମ ନେଇନାହାନ୍ତି । ଆଇସିସି ବୀରେନ୍ଦ୍ର ସେହୱାଗଙ୍କ ଏହି ଭିଡିଓକୁ ଏହାର ଅଧିକାରୀକ ଇନଷ୍ଟାଗ୍ରାମରେ ପୋଷ୍ଟ କରିଛି ।

ଏଠାରେ ସୂଚାଇ ଦିଆଯାଇପାରେ ଯେ,ବିଶ୍ୱକପ୍ ୨୦୨୩ ଅକ୍ଟୋବର ୫ରୁ ଭାରତରେ ଆୟୋଜିତ ହେବାକୁ ଯାଉଛି । ଟିମ୍ ଇଣ୍ଡିଆ ଏହାର ପ୍ରଥମ ମ୍ୟାଚ ଅଷ୍ଟ୍ରେଲିଆ ସହିତ ଅକ୍ଟୋବର ୮ରେ ଖେଳିବ । ସବୁଠାରୁ ଅଧିକ ରନ୍ କିଏ କରିବ ସେ ସଂପର୍କରେ ଭବିଷ୍ୟବାଣୀ କରି ସେହୱାଗ କହିଛନ୍ତି , ମୋତେ ଲାଗୁଛି ଯେ, ଭାରତର ବହୁ ଦକ୍ଷ ବ୍ୟାଟସମ୍ୟାନ ଭଲ ରନ୍ କରିବେ । କାରଣ ଭାରତର ୱିକେଟ ଭଲ ରହିଛି ଓ ଖେଳାଳୀଙ୍କୁ ଦୀର୍ଘ ସମୟ ପର୍ଯ୍ୟନ୍ତ ବ୍ୟାଟିଂ କରିବାକୁ ସୁଯୋଗ ମିଳିବ । ତେବେ ସମସ୍ତଙ୍କ ମଧ୍ୟରେ ଆଗରେ ରୋହିତ ଶର୍ମା ରହିବେ ବୋଲି ସେ କହିଛନ୍ତି ।

ରୋହିତ ଶର୍ମାଙ୍କୁ ସେ କାହିଁକି ଚୟନ କରିଛନ୍ତି ତାର କାରଣ ମଧ୍ୟ କହିଛନ୍ତି । ସେ କହିଛନ୍ତି ଯେତେବେଳେ ବି ୱାର୍ଲ୍ଡ କପ୍ ଆସିଥାଏ ସେତେବେଳେ ଏହି ହିଟମ୍ୟାନଙ୍କ ଶକ୍ତି ଓ ପ୍ରଦର୍ଶନରେ ବହୁତ ପରିବର୍ତ୍ତନ ଦେଖିବାକୁ ମିଳିଥାଏ । ଏଥର ତ ସେ କ୍ୟାପଟେନ ଅଛନ୍ତି ଓ ସେ ନିଶ୍ଚୟ ସର୍ବାଧିକ ରନ୍ କରିବେ ।

Get real time updates directly on you device, subscribe now.