fbpx

Big News…ଋଷ ରାଷ୍ଟ୍ରପତି ଭ୍ଲାଦିମୀର ପୁଟିନଙ୍କୁ ହୃଦଘାତ!

Advertisement

ଓଡିଶା ଭାସ୍କର; ଋଷ ରାଷ୍ଟ୍ରପତି ଭ୍ଲାଦିମୀର ପୁଟିନଙ୍କୁ ହୃଦଘାତ ହୋଇଥିବା କୁହାଯାଉଛି । ଏନେଇ ବିଭିନ୍ନ ଅନ୍ତର୍ଜାତୀୟ ଗଣମାଧ୍ୟମରେ ସୂଚନା ପ୍ରକାଶ ପାଇଥିବା ଦେଖିବାକୁ ମିଳିଛି । ନିକଟରେ ନିଜ ବେଡ଼ରୁମରେ ଥିବା ବେଳେ ସେ ହୃଦଘାତର ଶିକାର ହୋଇଥିବା ସୂଚନା ରହିଛି । ଯଦିଓ ଏନେଇ କୌଣସି ସ୍ପଷ୍ଟ ସୂଚନା ପ୍ରକାଶ ପାଇ ନାହିଁ କିନ୍ତୁ ୭୧ ବର୍ଷୀୟ ରାଷ୍ଟ୍ର ନେତା ପୁଟିନ ଦୀର୍ଘଦିନ ହେବ ଅସୁସ୍ଥ ଥିବା ଚର୍ଚ୍ଚା ହେଉଛି । ତାଙ୍କର ଚିକିତ୍ସା ଲାଗି ସ୍ୱତନ୍ତ୍ର ଭାବେ କ୍ରେମଲିନରେ ଏକ ହସ୍ପିଟାଲ ତିଆରି ହୋଇଛି ବୋଲି ମଧ୍ୟ କୁହାଯାଉଛି । ତେବେ ଏଠାରେ କହି ରଖୁଛୁ ଯେ, ପୁଟିନଙ୍କ ହୃଦଘାତ ସମ୍ପର୍କରେ କ୍ରେମଲିନ୍ ପକ୍ଷରୁ କୌଣସି ସ୍ପଷ୍ଟୀକରଣ ଦିଆଯାଇ ନାହିଁ ।

ଗଣମାଧ୍ୟମ ସୂଚନା ଅନୁଯାୟୀ, ଗତକାଲି ମସ୍କୋ ସମୟ ପ୍ରାୟ ୨୧:୦୫ ରେ ପୁଟିନଙ୍କ ହୃଦ୍‌ଘାତ ହୋଇଥିଲା । ଫଳରେ ସେ ଚଟାଣରେ ପଡିଯାଇଥିଲେ । ରାଷ୍ଟ୍ରପତିଙ୍କ ବାସଭବନରେ ଡ୍ୟୁଟିରେ ଥିବା ଫେଡେରାଲ ପ୍ରୋଟେକ୍ଟିଭ୍ ସର୍ଭିସ ଅଧିକାରୀମାନେ ରାଷ୍ଟ୍ରପତିଙ୍କ ଶୋଇବା ଘରୁ କେହି ଜଣେ ପଡିଯିବାର ଶବ୍ଦ ଶୁଣିଥିଲେ। ଏହା ପରେ ସେ ରାଷ୍ଟ୍ରପତିଙ୍କୁ ଚଟାଣରେ ପଡ଼ିଯାଇଥିବା ଦେଖିବାକୁ ପାଇଥିଲେ । ଏହାକୁ ନେଇ ରାଷ୍ଟ୍ରପତି ପୁଟିନ ଚିକିତ୍ସାଧୀନ ରହିଛନ୍ତି ।

 

Get real time updates directly on you device, subscribe now.