fbpx

ଭୋଡ଼ାଫୋନ ୟୁଜର୍ସଙ୍କ ପାଇଁ ଖୁସିଖବର: ଟେଲିକମ୍ କମ୍ପାନୀ ଆଣିଛି ଦୁଇଟି ନୂଆ ଶସ୍ତା ପ୍ଲାନ୍, ଜାଣନ୍ତୁ ଏହା ସମ୍ପର୍କରେ

ନୂଆଦିଲ୍ଲୀ, ୨ା୯: ଭୋଡ଼ାଫୋନ ୟୁଜର୍ସଙ୍କ ପାଇଁ ଖୁସିଖବର । ଭୋଡ଼ାଫୋନ ଟେଲିକମ୍ କମ୍ପାନୀ ତାର ଗ୍ରାହକଙ୍କ ପାଇଁ ଦୁଇଟି ଶସ୍ତା ପ୍ଲାନ ଆଣିଛି । ୧୦୯ ଓ ୧୬୯ ଟଙ୍କାର ଦୁଇଟି ପ୍ଲାନ ଆଣିଛି । ଏହାର ବୈଧତା ୨୦ଦିନ ରହିଛି । ଏହି ପ୍ଲାନରେ ଗ୍ରାହକମାନେ ଡାଟା ପାଇବା ସହ କଲିଂ ସୁବିଧା ମଧ୍ୟ ପାଇପାରିବେ ।

ଭୋଡ଼ାଫୋନର ୧୦୯ ପ୍ଲାନରେ ୟୁଜର୍ସଙ୍କ ପାଇଁ ୧ଜିବି ଡାଟା ସହ ୩୦୦ ଏସଏମଏସ କରିବାର ସୁବିଧା ରହିଛି । ଏହାଛଡ଼ା ସମସ୍ତ ନେଟୱାର୍କକୁ ଅନଲିମିଟେଡ଼ କଲ୍ ସହ ଭୋଡ଼ାଫୋନ ପ୍ଲେ, ଜି ଫାଇଭ ଆପର ଫ୍ରି ସବସ୍କ୍ରିପସନ ମଧ୍ୟ ଦିଆଯାଉଛି ।

ସେହିପରି ୧୬୯ ପ୍ଲାନରେ ୟୁଜର୍ସଙ୍କ ପାଇଁ ପ୍ରତିଦିନ ୧ଜିବି ଡାଟା ସହ ୧୦୦ ଏସଏମଏସ କରିବାର ସୁବିଧା ରହିଛି । ଏହାଛଡ଼ା ସମସ୍ତ ନେଟୱାର୍କକୁ ଅନଲିମିଟେଡ଼ କଲ୍ ସହ ଭୋଡ଼ାଫୋନ ପ୍ଲେ, ଜି ଫାଇଭ ଆପର ଫ୍ରି ସବସ୍କ୍ରିପସନ ମଧ୍ୟ ଦିଆଯାଉଛି । ଏହି ପ୍ଲାନର ବୈଧତା ୨୦ ଦିନ ରହିବ ।

Get real time updates directly on you device, subscribe now.